କୁଆଡେ ହଜିଲା ବିସ୍ମୟ ବାଳକ ବୁଦ୍ଧିଆ : ବୁଦ୍ଧିଆଠାରୁ ହାତ ଛଡାଇ ଦେବାକୁ ବସିଛନ୍ତି ସରକାର

57

ବିସ୍ମୟ ବାଳକ ବୁଦ୍ଧିଆ ସିଂ ଏବେ କେଉଁଠି । ସେନେଇ ଲାଗିରହିଛି ସସପେନ୍ସ । ସ୍ପୋର୍ଟସ ହଷ୍ଟେଲର ନୋଟିସ ସତ୍ୱେ ବୁଦ୍ଧିଆ ପହଁଚିନଥିବାରୁ ସନ୍ଦେହ ଘନୀଭୂତ ହୋଇଛି । ଗ୍ରୀଷ୍ମ ଅବକାଶରେ କ୍ରୀଡା ଛାତ୍ରାବାସ ଅନ୍ତେବାସୀମାନେ ନିଜ ନିଜ ଘରକୁ ଯାଇଥିବାବେଳେ ଜୁନ୍ ୩୦ ତାରିଖ ସୁଦ୍ଧା ଫେରିଆସିବା କଥା । ହେଲେ ନିର୍ଦ୍ଧାରିତ ସମୟରେ ବୁଦ୍ଧିଆ ନଫେରିବାରୁ ଜୁଲାଇ ୪ ତାରିଖ ସୁଦ୍ଧା ଛାତ୍ରାବାସରେ ଯୋଗ ଦେବାକୁ ଲିଖିତ ନୋଟିସ କରାଯାଇଥିଲା । ବୁଦ୍ଧିଆ ସ୍ପୋର୍ଟସ ହଷ୍ଟେଲରୁ ଗାଏବ ହେବା ପଛରେ କାରଣ ଯାହା ଥାଉନା କାହିଁକି, ଏବେ କିନ୍ତୁ ବୁଦ୍ଧିଆଠାରୁ ହାତ ଛଡାଇ ଦେବାକୁ ବସିଛନ୍ତି ସରକାର । କ୍ରୀଡା ସଚିବ କହିଛନ୍ତି ବୁଦ୍ଧିଆ ଶୀଘ୍ର ନଫେରିଲେ ଛାତ୍ରାବାସରୁ ବିଦା କରିଦିଆଯିବ । ଯୁଆଡେ ଇଚ୍ଛା ସିଆଡେ ଯିବ ବୁଦ୍ଧିଆ । ପ୍ରଶ୍ନ ଉଠୁଛି ଭଲ ଭବିଷ୍ୟତ ଦେବା ଆଶା ଦେଖାଇ ସରକାରୀ ପ୍ରଶିକ୍ଷଣ କେନ୍ଦ୍ରରେ ବୁଦ୍ଧିଆକୁ ରଖିଥିଲେ ସରକାର । ହେଲେ ଏବେ ଯେଉଁଭଳି ଭାବେ ହାତ ଛଡାଇ ଦେବାକୁ ବସିଛନ୍ତି ତାହା କେତେଦୂର ସମୀଚୀନ । ଏ ପ୍ରସଙ୍ଗ ଉପରେ ଅଧିକ ତଥ୍ୟ ଜାଣିବା ପାଇଁ ଦେଖିବା କନକ ନ୍ୟୁଜର ବିଗ ଡିବେଟ୍ ।