ପ୍ରତିବାଦ ଜବାବରେ ମାଡ : ପୁଲିସ ଉପସ୍ଥିତିରେ ରାସ୍ତା ଉପରେ ଦବଙ୍ଗଗିରି ଦେଖାଇଛନ୍ତି ବିଜେଡି କର୍ମୀ

35

ଦାଦାଗିରି ଆଉ ଗୁଣ୍ଡାଗର୍ଦ୍ଦିର ସବୁ ସୀମା ଟପିଗଲେ। ସତାରେ ରହିବାର ନିଶା କିଛି ଏଭଳି ଚଢିଛି ଯେ, ରାସ୍ତା ଉପରେ ଦବଙ୍ଗଗିରି ଦେଖାଇବାକୁ ପଛାଉନାହାନ୍ତି ବିଜେଡି କର୍ମୀ । ବିଧାୟକ ପିଟିଲେ, କର୍ପୋରେଟର ଲାତ ମାରିଲେ । ରାଜଧାନୀରୁ ଯାଇ ପଶ୍ଚିମ ଓଡିଶାରେ ଗୁଣ୍ଡାଗର୍ଦ୍ଦି କଲେ । କଳାପତାକାର ଜବାବ ନାତ ଗୋଇଠା । ପ୍ରତିବାଦକାରୀଙ୍କୁ ନିସ୍ତୁକ ମାଡ । ଏଭଳି ଘଟଣା ଘଟିଛି ବୌଦ୍ଧ ମନମୁଣ୍ଡା ଅଂଚଳରେ । ମହାନଦୀ ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ବିରୋଧରେ ବିଜେଡି ଜିଲ୍ଲାୱାରୀ ପ୍ରତିବାଦରେ ସାମିଲ ହେବା ପାଇଁ ଯୋଗଦେବାକୁ ବୌଦ୍ଧ ଯାଉଥିବା ଦୁଇ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ବିରୋଧ କରିଥିଲେ ବିଜେଡି କର୍ମୀ । ମନମୁଣ୍ଡା ନିକଟରେ କେତେ ଜଣ ବିଜେପି କର୍ମୀ କଳାପତାକା ଦେଖାଇ ପ୍ରତିବାଦ କରିଥିଲେ । ଏହାର ଜବାବରେ ମନ୍ତ୍ରୀଙ୍କ ଗାଡି ଭିତରୁ ବାହାରି ଆସିଥିଲେ ବିଜେଡି କର୍ମୀ, ନେତା ଓ ବିଧାୟକ ଏବଂ ନିର୍ମମ ଭାବେ ପିଟିଥିଲେ ବିରୋଧୀ ଦଳର କର୍ମୀଙ୍କୁ ।ଏପରିକି ପୋଲିସ ଅଟକାଇଥିଲେ ମଧ୍ୟ ମାନି ନଥିଲେ ଅହଙ୍କାରୀ ନେତା । ରାଜନୀତି ଓ ଦାଦାଗିରିର ଏହି ଗୁଣ୍ଡାଗର୍ଦ୍ଦି ଉପରେ ଅଧିକା ଜାଣିବା ପାଇଁ ଦେଖିବା କନକ ନ୍ୟୁଜର ବିଗ୍ ଡିବେଟ୍