ଅବଦୁରର ତଥ୍ୟ ନା କ୍ରାଇମବ୍ରାଂଚର କାହାଣୀ

23

ବିମାନ ଅପହରଣର ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅବଦୁର ରେହେମାନ୍ । ଏମିତି ଏକ ଚାଂଚଲ୍ୟକର ତଥ୍ୟକୁ ଅବଦୁରର ମୁହଁରୁ ଛଡାଇ ଆଣିବାରେ ସଫଳ ହୋଇଛି କ୍ରାଇମବ୍ରାଂଚର ଏସଟିଏଫ୍ । ୧୦ ଦିନିଆ ରିମାଣ୍ଡରେ ରଖି ଜେରା ବେଳେ ମିଳିଛି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ହୁଏତ ଏକଥା ସତ ହୋଇପାରେ । ତେବେ ପ୍ରଶ୍ନ ଉଠୁଛି ଯେଉଁ ରାଜ୍ୟର ପୁଲିସ୍ ଆତଙ୍କବାଦୀ ଓଡିଶାରେ ରହିବା ବେଳେ ତାର ସୁରାଗ୍ ପାଇ ପାରିନଥିଲା , ସେହି ପୁଲିସ୍ ଜେରା ବେଳେ ଏତେସବୁ ତଥ୍ୟ କେମିତି ଓଗାଳି ପାରିଲା ।ଏବେ ଏହା ରାଜ୍ୟର ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଛି । ଏ ସମସ୍ତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍