ଏକ ସଫଳତାର କାହାଣୀ ଦୂତି ଚାନ୍ଦ : ବିରଜାକ୍ଷେତ୍ର ରୁ ବ୍ରାଜିଲ

28

ଏକ ସଫଳତାର କାହାଣୀ , ଯଦି ଜଣେ ଅହରହ ସଂଘର୍ଷ କରୁ ନଥାନ୍ତା ତାହେଲେ ଏ ସଫଳତା ମିଳିବା କଷ୍ଟକର, ଏବଂ ରିଓ ଅଲିମ୍ପିକ୍ସ ର ଟିକେଟ୍ ମଧ୍ୟ ତାଙ୍କୁ ମିଳିବା କଷ୍ଟକର ହୋଇଥାନ୍ତା । ଏହି ବ୍ୟକ୍ତିତ୍ୱ ଜଣକ ହେଉଛନ୍ତ ଦୂତି ଚାନ୍ଦ । ଓଡିଶା କ୍ରୀଡା ଇତିହାସରେ ସେ ଏକ ନୂଆ ଅଧ୍ୟାୟ ଯୋଡିଛନ୍ତି । ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅଜର୍ନ କରିଥିବା ଦୂତି ଚାନ୍ଦ ନିଜ ମନ କଥା ରଖିଛନ୍ତି କନକ ନ୍ୟୁଜ୍ ଷ୍ଟୁଡିଓରେ । ଆର୍ଥିକ ସହାୟତା ମିଳିଲେ ଜୋତା କିଣିବି ବୋଲି କହଛନ୍ତି ଦୂତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ସାକ୍ଷାତ କରି ମଧ୍ୟ ଏନେଇ ସେ ଜଣାଇଛନ୍ତି । ତେବେ ଏହା ବ୍ୟତୀତ ରାଜନୀତି ଜରିଆରେ ସମାଜ ସେବା ସ୍ୱପ୍ନ ରଖିଛନ୍ତି ଦୂତି ଚାନ୍ଦ । କନକ ନ୍ୟୁଜରେ ନିଜର ସଫଳତା ଓ ଅନୁଭୂତି ମଧ୍ୟ ସେୟାର କରିଛନ୍ତି । ଦୀର୍ଘ ୧୪ ବର୍ଷର ପରିଶ୍ରମ ବଳରେ ସେ ଏହି ସଫଳତା ପାଇଛନ୍ତି । ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି । ଦୂତିଙ୍କ ଏହି ସଫଳତା ର କାହାଣୀ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍ ରେ :