ନେତା ମାଳମାଳ କନ୍ଧମାଳ

15

କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ କନ୍ଧମାଳର ୫ ନିରୀହ ଗ୍ରାମବାସୀ ପ୍ରାଣ ହରାଇଲେ। ଗତକାଲି କଂଗ୍ରେସ ଓ ବିଜେପିର ବନ୍ଦ ଡାକରା ପରେ ଆଜି ଘଟଣାସ୍ଥଳରେ ପହଁଚିଥିଲା ବିଜେଡି ଟିମ୍ । ଘଟଣାର ୩ ଦିନ ପରେ ଚେଷ୍ଟା କରିଥିଲା ଦଳର ଡ୍ୟାମେଜ୍ କଂଟ୍ରୋଲ୍ ପାଇଁ ଦଳ । ଆଜି ବିଜେପିର ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପରିଦର୍ଶନ କରିଛି ଘଟଣାସ୍ଥଳ । ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ଚେତାବନୀ । କିନ୍ତୁ ଏସବୁ ଘଟଣା ଭିତରେ ଗୋଟିଏ କଥା କାଲି ସାମ୍ନାକୁ ଆସିଛି, ନିରୀହ ଆଦିବାସୀ ମାନଙ୍କ ମନର କ୍ଷୋଭ ଏବଂ ତାଙ୍କର କୋହଭରା କାହାଣୀ । ନିରୀହ ଆଦିବାସୀ ପ୍ରଶ୍ନ କରିଛି ସରକାରଙ୍କୁ । ପ୍ରକୃତରେ କାହିଁକି ମାଓବାଦୀ ଓ ଯବାନଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣରେ ପେଶି ହେଉଛି ନିରୀହ ଆଦିବାସୀ ପରିବାର , କାହିଁକି ୧୩ ମାସର ଶିଶୁକୁ ହତ୍ୟାକଲେ ଏସଓଜି ଯବାନ? କାହିଁକି ନିରୀହ ଆଦିବାସୀଙ୍କୁ ନିଷ୍ପେଷିତ କରାଯାଉଛି? ଏସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍