ପପୁ ପମପମ କାଷ୍ଟିଂ କାଉଚ୍ ମାମଲା : ପୀଡିତା ନାବାଳିକାଙ୍କ ବାପା ଓ ମାଙ୍କ ନାଁରେ ଏତଲାଦେଲା ଫ୍ରେଣ୍ଡସ୍ ଫାଉଣ୍ଡେସନ୍

18

ପପୁ ପମପମଙ୍କ କାଷ୍ଟିଂକାଉଚ୍ ମାମଲା ପ୍ରତିଦିନ ନେଉଛି ଭିନ୍ନ ଭିନ୍ନ ମୋଡ । ଆଜି ଭୁବନେଶ୍ୱର ମହିଳା ଥାନାରେ ପୀଡ଼ିତାଙ୍କ ବାପା-ମାଙ୍କ ବିରୋଧରେ ଏତଲା ଦେଇଛି ଫ୍ରେଣ୍ଡସ୍ ଫାଉଣ୍ଡେସନ୍ । ପୀଡ଼ିତା ନାବାଳିକାଙ୍କ ବାପା,ମା ବୟାନ ବଦଳାଉଥିବା ନେଇ ଏତଲା ଦିଆଯାଇଛି । ସେହିପରି ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଫ୍ରେଣ୍ଡସ୍ ଫାଉଣ୍ଡେସନ୍ ପକ୍ଷରୁ ଦାବି କରାଯାଇଛି । ନାବାଳିକାଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ଦାବି କରାଯାଇଛି । ପପୁଙ୍କ କାଷ୍ଟିଂ କାଉଚ୍ ମାମଲାରେ ୧୫ ଲକ୍ଷ ଟଂକାର ଡିଲକୁ ନେଇ ଚର୍ଚ୍ଚା ଜୋରଧରିବା ପରେ କନକ ନ୍ୟୁଜରେ ବୟାନ ରଖିଥିଲେ ନାବାଳିକାଙ୍କ ମାଆ । ଟିଭିରେ ଦେଖାଯାଉଥିବା ଝିଅ ତାଙ୍କର ନୁହେଁ ବୋଲି କହିଥିଲେ । ତାଙ୍କ ବାପା ବି ସେହି ସମାନ କଥା ଦୋହରାଇଥିଲେ । ଗତକିଛି ଦିନ ହେଲା ପପୁଙ୍କ କାଷ୍ଟିଂ କାଉଚ୍ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍ :