ମହାପ୍ରଭୁଙ୍କ ଭିଆଇପି ଭକ୍ତ, ପହଣ୍ଡିବେଳେ ଶ୍ରୀଜିଉଙ୍କୁ ସ୍ପର୍ଶକଲେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସକ

17

ସ୍ପର୍ଶ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଟକଣା । ରଥ ସମୟରେ ଶ୍ରୀଜିଉଙ୍କୁ କୌଣସି ପରିସ୍ଥିତିରେ , କୌଣସି ଜାଗାରେ ଛୁଇଁ ପାରିବେନି ଭକ୍ତ । କେବଳ ଅଧିକୃତ ସେବାୟତ ମହାପ୍ରଭୁଙ୍କ ସେବା କରିବେ ଆଉ ସ୍ପର୍ଶ କରି ପାରିବେ । କାରଣ ଏହା ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଓ ହାଇକୋର୍ଟଙ୍କ ନିର୍ଦେଶ । ଯାହାକୁ ନେଇ ସ୍ପର୍ଶ ପ୍ରସଙ୍ଗରେ ପ୍ରସ୍ତୁତ ହୋଇଛି ବ୍ୟବସ୍ଥାବଳୀ । ତେବେ ଗତକାଲି ମହାପ୍ରଭୁଙ୍କ ପହଣ୍ଡି ଚାଲିଥିବା ବେଳେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସକ ଏପରିକି ବିଚାରପତି ମଧ୍ୟ ଶ୍ରୀଜିଉଙ୍କୁ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି । ମହାପ୍ରଭୁଙ୍କୁ ସ୍ପର୍ଶ କରିଥିବା କଥା ଖୋଦ୍ ସ୍ୱୀକାର କରିଛନ୍ତି କଂଗ୍ରେସ ନେତା । ଗତକାଲି ନାଟମଣ୍ଡପରେ ଭାଙ୍ଗିଥିଲା ଶ୍ରୀମନ୍ଦିରର ଆଇନ । ନିୟମ କାନୁନକୁ ଭାଙ୍ଗି ଶ୍ରୀଜିଉଙ୍କୁ ସ୍ପର୍ଶ କରିଥିଲେ ଆଇନ କାନୁନ୍ କରୁଥିବା ବଡବଡିଆ । ଯାହାକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି । ଏବେ ପ୍ରଶ୍ନ ଉଠୁଛି ମହାପ୍ରଭୁ କାହାର, ସ୍ପର୍ଶର ଅଧିକାର ଯଦି ସାଧାରଣ ଭକ୍ତଙ୍କୁ ମିଳିନି ତେବେ ଭିଆଇପିଙ୍କୁ ଏ ଅଧିକାର ଦେଲା କିଏ । ପୂର୍ବରୁ ରଥ ଉପରେ ଚଢିଥିବା ସାଧାରଣ ଭକ୍ତଙ୍କୁ କୋର୍ଟ କଚେରୀରେ ଚକ୍କର କାଟିବାକୁ ପଡିଛି । ଏବେ ଭିଆଇପିଙ୍କ କ୍ଷେତ୍ରରେ ତାହା ଲାଗୁ ହେବ କି । ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା ଆଜିର ବିଗ୍ ଡିବେଟ୍ :