ଝାରପଡା ଜେଲରେ ପିଙ୍କ୍ ବୟ । ଅଭିନେତାରୁ ଅଭିଯୁକ୍ତ । ହେଲେ ମୁହଁରୁ ଲିଭିନି ହସହସ ଅନ୍ଦାଜ୍ । ଗିରଫ ଠାରୁ ଜେଲ୍ ଯିବା ପର୍ୟ୍ୟନ୍ତ ସେହି ଚକୋଲେଟ୍ ହସ ଲେସି ହୋଇ ରହିଥିଲା ପପୁଙ୍କ ଚେହେରାରେ । କମେଡି କିଙ୍ଗଙ୍କ ଟ୍ରାଜେଡି ରୋଲ୍ ଦେଖିବାକୁ ଜେଲ୍ ଆଗରେ ଫ୍ୟାନ୍ ଭିଡ ଜମାଇଥିଲେ । ହେଲେ ଅନୁତାପର ଅଶ୍ରୁ କିନ୍ତୁ ନଥିଲା ପପୁଙ୍କ ଆଖିରେ । ଜେଲ୍ ଗଲେ ପପୁ । ରାତି କଟିଲା ୧୧ ନମ୍ବର ୱାର୍ଡରେ । ୱାର୍ଡରେ ଥିଲେ ୨୦ ଜଣ କଏଦୀ । ସମସ୍ତେ ଭାବିଥିଲେ ପ୍ରଥମ ରାତିରେ କାନ୍ଦି ପକାଇବେ ହସର ରାଜା । ହେଲେ କାନ୍ଦିବେ କଣ ପପୁ ପମପମ ନିଜ ଅନ୍ଦାଜରେ ସାଥୀ କଏଦୀଙ୍କୁ ଶୁଣାଇଥିଲେ ନିଜ ପୁରୁଣା ଫିଲ୍ମର କମେଡି ସିକ୍ୟୁଏନ୍ସ । କୁହାଯାଉଛି ଜମାରୁ ପଶ୍ଚାତାପ କରିନଥିଲେ ପପୁ । ଏ ସମସ୍ତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍

2nd July, 2016 | 5:36 am
You might also like
-
ଛାତ୍ରଛାତ୍ରୀ ସାବଧାନ ! ଦେଶରେ ଅଛି ୨୪ଟି ନକଲି ବିଶ୍ୱବିଦ୍ୟାଳୟ, ତାଲିକା ଜାରି କଲା ୟୁଜିସି । ଜାଣନ୍ତୁ ଓଡ଼ିଶାର କେଉଁ ବିଶ୍ୱବିଦ୍ୟାଳୟ ନକଲି
-
ପ୍ରାଇମ୍ ଟାଇମ୍ ନ୍ୟୁଜ୍ : ୨୪– ୦୪ -୧୮
-
କେବେ ସୁଧୁରିବ ଅଷ୍ଟ୍ରେଲିଆ? କିମ୍ବଦନ୍ତୀ କ୍ରିକେଟର ସଚିନଙ୍କ ଜନ୍ମଦିନରେ କଙ୍ଗାରୁ ଟିମର ବିବାଦୀୟ ଟ୍ୱିଟ୍, ଉତ୍ତର ଦେଲେ ସଚିନଙ୍କ ଫ୍ୟାନ
-
ବଳାତ୍କାର ବିହୀନ ଭାରତ ପାଇଁ ମୋଦିଙ୍କ ଫର୍ମୁଲା ! ଝିଅଙ୍କୁ ସମ୍ମାନ ଦିଅ, ପୁଅଙ୍କୁ ଉତ୍ତରଦାୟୀ କର