ଦାଉଦର ଜ୍ୱାଇଁଙ୍କୁ ହସ୍ପିଟାଲ୍ ପହଂଚାଇଲା ସଲମାନଙ୍କ ଗାଳି ! ଜାଣନ୍ତୁ ‘ବିଗ୍ ବସ୍’ ଘରେ ଜୁବେରଙ୍କୁ କଣ କହିଦେଲେ ଭାଇଜାନ୍

67

ରିୟଲିଟି ସୋ ‘ବିଗ୍ ବସ’ଙ୍କ ଘରେ ହୋଇଛି ଏକ ବଡ ହଙ୍ଗାମା । ଶନିବାର ୱିକେଣ୍ଡ୍ ଏପିସୋଡରେ ଘରବାଲାଙ୍କ ଜବରଦସ୍ତ କ୍ଲାସ୍ ନେଇଛନ୍ତି ଦବଙ୍ଗ୍ ହିରୋ ସଲମାନ୍ ଖାନ୍ । କିନ୍ତୁ ସବୁଠାରୁ ଅଧିକ ଯେଉଁ ପ୍ରତିଯୋଗୀଙ୍କ ଉପରେ ସଲମାନ୍ ରାଗିଥିଲେ ସେ ହେଉଛନ୍ତି ଡନ୍ ଦାଉଦର ଜ୍ୱାଇଁ ଜୁବେର୍ ଖାନ୍ । ଏବେ ଖବର ଆସିଛି ଭାଇଜାନଙ୍କ ଗାଳି ସହିପାରିନାହାଁନ୍ତି ଜୁବେର୍ । ଆଉ ମାତ୍ରାଧିକ ଔଷଧ ଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Salman Khan ମିଳିଥିବା ଖବର ଅନୁଯାୟୀ, ନ୍ୟାସନାଲ୍ ଟିଭିରେ ସଲମାନଙ୍କ କଡା ଭର୍ତ୍ସନା ଯୋଗୁଁ ଜୁବେରଙ୍କ ଅବସ୍ଥା ଏପରି ହୋଇଛି । ଆଉ ଟେନସନରେ ଆସି ସେ ବହୁତ ସାରା ଔଷଧ ଖାଇଦେଉଛନ୍ତି । ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ଶନିବାର ଏପିସୋଡ୍ ଦିନ ସଲମାନ ବହୁତ ରାଗିଥିଲେ । ସର୍ବ ପ୍ରଥମେ ସେ ଜୁବେରଙ୍କୁ ନିଜ ଔକାତରେ ରହିବାକୁ କହିଥିଲେ । ଜୁବେରଙ୍କୁ ଗାଳି କରିବା ସହ କହିଥିଲେ ଔକାତ୍ ଦେଖାଇବାକୁ ଚାହୁଁଛ ନା , ଦେଖାଅ ମତେ ତମ ଔକାତ୍ କେତେ । ଏହି କଥା ଶୁଣି ଯେତେବେଳେ ଜୁବେର୍ ସଲମାନଙ୍କୁ କ୍ଷମା ମାଗି ‘ସରି ଭାଇ’ ବୋଲି କହିଥିଲେ ସେତେବେଳେ ସଲମାନ୍ ଅଧିକ ରାଗିଯାଇଥିଲେ । ଆଉ କହିଥିଲେ ମତେ ଭାଇ ବୋଲି ଡାକନି । ଏଠାକୁ ସବୁ ନାଁ ଖରାପ କରିବାକୁ ଆସୁଛ ।

ଉଲ୍ଲେଖ ଯୋଗ୍ୟ, ବିଗ୍ ବସ୍ ଘରେ ଆର୍ଶୀ ଖାନଙ୍କ ସହ ଜୁବେରଙ୍କ ଜବରଦସ୍ତ ଝଗଡା ହୋଇଥିଲା । ଏହା ପରେ ଆର୍ଶୀଙ୍କୁ ଅଶାଳୀନ ଭାଷାରେ ଜୁବେର୍ ଗାଳି କରିଥିଲେ । ଯାହା ଭାଇଜାନଙ୍କ ରାଗିବାର କାରଣ ଥିଲା ।

ଜୁବେର୍ ଖାନ୍ ନିଜକୁ ଡନ୍ ଦାଉଦ୍ ଇବ୍ରାହିମର ଭଉଣୀ ହସିନା ପାରକରଙ୍କ ଜ୍ୱାଇଁ ବୋଲି ପରିଚୟ ଦେଇଛନ୍ତି । ଏପରିକି ସିନେମା ‘ହସିନା’ର ପ୍ରଯୋଜକ ମଧ୍ୟ କହିଛନ୍ତି । କିନ୍ତୁ ରିପୋର୍ଟ ମୂତାବକ ସତ କିଛି ଅଲଗା । ସିନେମାର କୋ ପ୍ରଡ୍ୟୁସର୍ ଏବଂ ଦାଉଦଙ୍କ ପରିବାର ସଦସ୍ୟ ଜୁବେରଙ୍କୁ ଫ୍ରଡ୍ ବୋଲି କହିଛନ୍ତି । ଜୁବେରଙ୍କ ସହ ସେମାନଙ୍କ କୌଣସି ସଂପର୍କ ବା ସଂଯୋଗ ନାହିଁ ବୋଲି କହିଛନ୍ତି ଦାଉଦଙ୍କ ପରିବାର । ସେ ଦାଉଦର ଟାଇଟେଲ୍ ନିଜ ପବ୍ଲିସିଟି ପାଇଁ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।