ଆରମ୍ଭ ହେଲା ଛୋଟ ପରଦାର ବିବାଦୀୟ ଶୋ’ ବିଗ୍ ବସ୍ ସିଜିନ୍ ୧୨ : ଦେଖିବାକୁ ମିଳିଲା ‘ସଲମାନ’ଙ୍କ ଜଲୱା

34

ଆରମ୍ଭ ହୋଇ ଯାଇଛି ଛୋଟପରଦାର କଂଟ୍ରୋଭର୍ସିଆଲ୍ ଶୋ’ ବିଗ୍ ବସ୍ ସିଜିନ୍ ୧୨ । ସୁପରଷ୍ଟାର୍ ସଲମାନ୍ ଖାନ୍ ଏକ ଧମାକେଦାର କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରିଛନ୍ତି ଏହି ପ୍ରୋଗ୍ରାମ । ସଲମାନଙ୍କ ଡ୍ୟାନ୍ସ ଧମାଲ ସହ ପ୍ରତିଯୋଗୀମାନେ ବିଗ୍ ବସ୍ ଘରେ ପ୍ରବେଶ କରିଛନ୍ତି । ଏହି ପ୍ରତିଯୋଗୀଙ୍କ ଭିତରେ ରହିଛନ୍ତି କିଛି ସେଲିବ୍ରିଟି ଆଉ କିଛି ସାଧାରଣ ଲୋକ ।

୧୬ ଡିସେମ୍ବରରେ ଆରମ୍ଭ ହୋଇଯାଇଛି ବିଗ୍ ବସ୍ ସିଜିନ୍–୧୨ । ଆଉ ପ୍ରତିଥର ପାଇଁ ସୁପରଷ୍ଟାର ସଲମାନ୍ ଖାନ ଏଥର ବି ହୋଷ୍ଟ ର ଦାୟିତ୍ୱ ତୁଲାଇବେ । ଆଉ ଏଥର ପୁରା ନାଚ ଗୀତ ସହ ସଲମାନ୍ ଆରମ୍ଭ କରିଛନ୍ତି ବିଗ୍ ବସ୍-୧୨ । ସଲମାନଙ୍କୁ ନିଜ ସୁପରହିଟ୍ ଗୀତରେ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି । ଫ୍ରେଂଚ୍ କଟ୍ ନିଶ ଦାଢିରେ ସଲମାନ୍ ବି ଲାଗୁଛନ୍ତି ବହୁତ ଅଲଗା । ଏଥର ପ୍ରତିଯୋଗୀମାନେ ବି ଯୋଡିରେ ଆସିବେ ନଜର । ପ୍ରତ୍ୟେକ ଥର ପରି ଏଥର ବି ବିଗ୍ ବସ୍ ର ଥିମ୍ ରହିଛି ଟିକେ ହଟକେ । ବିଚ୍ ହାଉସ୍ ପରି ରହିଛି ବିଗ୍ ବସର ସାଜ୍ଜସଜ୍ୟା । ଯେଉଁଥିରେ ରହିଛି ପୁଲ୍, ବୋଟ୍ ଆହୁରି ଅନେକ ସାମଗ୍ରୀ । ଯାହା ପ୍ରତିଯୋଗୀମାନଙ୍କୁ ହଲିଡେ ଭଳି ଅନୁଭୂତି ପ୍ରଦାନ କରିବ । ପୂର୍ବରୁ ଆସିଥିବା ଶୋର ଟିଜର୍ ପ୍ରୋମୋକୁ ନେଇ ଦର୍ଶକ ହୋଇଛନ୍ତି ବେଶ୍ ଉତ୍ସାହିତ । ବିଗ୍ ବସର ଏଇ ସିଜିନରେ ବଲିଉଡ ଓ ଛୋଟ ପରଦାର ବିଭିନ୍ନ ସେଲିବ୍ରିଟିମାନେ ନଜର ଆସିବେ । କରଣବୀର୍ ବୋହରା, ଦୀପିକା କକ୍କର୍, ଶ୍ରୀସାନ୍ଥ, ନେହା ପେଂଡିସ୍, ଶ୍ରିଷ୍ଠି ରୋଡେ, ଭୋଜପୁର ସିଙ୍ଗର୍ ଦୀପକ ଠାକୁର୍ ଏବଂ ତାଙ୍କ ଫ୍ୟାନ୍ ଉର୍ବଶୀ ବାଣୀ, ରୋଶ୍ମି ବାରିକ୍ ଓ କ୍ରିତି ବର୍ମା, ସାଧାରଣ ଲୋକ ରୋମିଲ୍ ଚୌଧୁରୀ ଓ ନିର୍ମଲ ସିଂ, ଶିବାଶିଷ ମିଶ୍ର ଓ ସୌରଭ ପଟେଲ, ଆଦି ପ୍ରତିଯୋଗୀ ବିଗ୍ ବସ୍ ଘରେ କରିଛନ୍ତି ପ୍ରବେଶ । ଏମାନଙ୍କୁ ୧୦୦ ଦିନ ଯାଏଁ କ୍ୟାମେରା ଆଗରେ ରହିବାକୁ ପଡିବ । ପୁରା ୨୪ ଘଂଟା ଏମାନଙ୍କ ଉପରେ ନଜର ରଖିବ ବିଗ୍ ବସ୍ ର କ୍ୟାମେରା ।