ମହାନାୟକଙ୍କ ମହାନତା ! ଅମିତାଭ ଦାନ କରିବେ ଦୁଇ କୋଟି ଟଙ୍କା , ଜାଣନ୍ତୁ କିଏ ପାଇବେ ଏହି ଟଙ୍କା । 

47
ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଅଭିନୟ ପାଇଁ ତ ପୁଣି କେତେବେଳେ ନିଜର ସୋସିଆଲ ମିଡିଆର କାର୍ୟ୍ୟକଳାପ ଲାଗି ସେ ଚର୍ଚ୍ଚିତ ହୋଇଛନ୍ତି। ତେବେ ଅମିତାଭ ଏବେ ସମାଜ ସେବା ଦିଗରେ ମନ ବଳାଇଥିବାର ନଜର ଆସୁଛନ୍ତି । ଏବେ ଏହି ମହାନାୟକ ୨ କୋଟି ଟଙ୍କା ଦାନ କରିବେ ବୋଲି ତାଙ୍କ ଟ୍ୱିଟର ଆକାଉଣ୍ଟରେ ଜଣାଇଛନ୍ତି। ସେ ଏଥିମଧ୍ୟରୁ ୧ କୋଟି ଟଙ୍କା ସହିଦଙ୍କ ବିଧବା ପତ୍ନୀ  ଏବଂ ୧ କୋଟି ଟଙ୍କା ଗରିବ କୃଷକ ପରିବାରଙ୍କୁ ପ୍ରଦାନ କରିବେ । ଏଥିଲାଗି ସେ ଏନ୍ ଜି ଓମାନଙ୍କ ସହ ଯୋଗାଯୋଗ କରିଛନ୍ତି ।
ଯେଉଁ ସଂସ୍ଥା ତାଙ୍କ ପ୍ରଦତ୍ତ ଅର୍ଥ ସଠିକ୍ ଲୋକଙ୍କ ପାଖରେ ପହଞ୍ଚାଇବ ତାହା ଜରିଆରେ ଏହି ଅର୍ଥ ବିନିଯୋଗ କରିବେ ଅମିତାଭ ସୂଚନା ଦେଇଛନ୍ତି । କୃଷକମାନଙ୍କ ଋଣ ପଇଠ ଲାଗି ସେ ଏହି ଅର୍ଥ ବିନିଯୋଗ କରିବେ ବୋଲି କୁହାଯାଉଛି। ତେବେ ଏ ସଂପର୍କରେ ବିଗ୍ ବି ଅଧିକ ସୂଚନା ଦେଇ ନାହାନ୍ତି। ଅମିତାଭ ଏକଥା ନିଜର ଟ୍ୟୁଟରରେ ଏକ ଲେଖା ଜରିଆରେ ଜଣାଇଛନ୍ତି।