ଜଷ୍ଟିନ୍ ବିବର୍ : ଇଏମଆଇରେ ମିଳୁଛି ଶୋ ଟିକେଟ ! ଜାଣନ୍ତୁ କଣ ରହିଛି ଖାସ୍

71

ଜଷ୍ଟିନ୍ ବିବର୍ । ବୟସ ୨୩ ବର୍ଷ । ଗ୍ରାମୀ ଆୱାର୍ଡକୁ ନିଜ ନାଁରେ କରି ସାରିଛନ୍ତି । ଟ୍ୱିଟରରେ ୯ କୋଟି ୩୪ ଲକ୍ଷରୁ ଅଧିକ ଫଲୋଅର । ଦୁନିଆର ସବୁଠାରୁ ପାୱାରଫୁଲ ସେଲିବ୍ରିଟି ତାଲିକାରେ ତିନିଥର ସାମିଲ କରିଛି ଫୋର୍ବସ । ତାଙ୍କ ସହ ଗୋଟିଏ ସେଲଫି ନେବାର ଦାମ୍ ୨ ହଜାର ଡଲାର ।

ପାଂଚବର୍ଷ ଆଗରୁ ବହୁତ କମ ଲୋକ ଏମିତି ଥିବେ ଯିଏ ଜଷ୍ଟିନ୍ ବିବରଙ୍କ ବାବଦରେ ବହୁତ କିଛି ଜାଣିଥିବେ । ହେଲେ ଦେଖୁ ଦେଖୁ ୧୯୯୪ରେ କାନାଡାରେ ଜନ୍ମିତ ଏହି ସିଂଗର ସାରା ଦୁନିଆରେ ରାଜୁତି କରିବା ଆରମ୍ଭ କଲେ ।

ମୁମ୍ବାଇରେ ୧୦ ମେ’ରେ ଜଷ୍ଟିନ୍ ବିବରଙ୍କ ଶୋ ରହିଛି । ଆଉ ସବୁଠାରୁ ମଜାଦାର କଥା ହେଉଛି, ଏହି ଶୋ ପାଇଁ ଟିକେଟର ଦାମ୍ ବି ଯଥେଷ୍ଟ ଅଧିକ ରହିଛି । ଯଦି ଆପଣ ଗୋଟିଏ ଥରରେ ଏହି ଟିକେଟ ବାବଦ ଅର୍ଥ ଦେବାରେ ଅସମର୍ଥ ତେବେ ଆପଙ୍କ ପାଇଁ ଇଏମଆଇ ସୁବିଧା ମଧ୍ୟ ରହିଛି ।

ଖାଲି ଏତିକି ନୁହେଁ, ଶୋକୁ ଆସିବା ଆଗରୁ ଆୟୋଜକଙ୍କୁ ଏକ ଲମ୍ବା ତାଲିକା ସେ ଧରାଇଛନ୍ତି । ପୁରା ଟିମ୍ ପାଇଁ ଆବଶ୍ୟକ ୧୩ଟି ରୁମ୍ । ସୁରକ୍ଷା ଦୃଷ୍ଟିକୋଣରୁ ଦୁଇଟି ପଂଚତାରକା ହୋଟେଲ ବୁକ୍ କରିବାକୁ କହିଛନ୍ତି । ୧୦ଟି ଲକଜୁରୀ କାର୍, ୨ଟି ଭଲଭୋ ବସ୍ ସୁରକ୍ଷା କର୍ମୀଙ୍କ ସହ ଆବଶ୍ୟକ । ପରଫର୍ମ କରିବାକୁ ହୋଟେଲରୁ ଷ୍ଟାଡିୟମ ଯାଏଁ ଯିବାକୁ ଚପରଦ ଡିମାଣ୍ଡ କରିଛନ୍ତି ବିବର୍ ।