ବିଦ୍ରୋହୀ ମୁଦ୍ରାରେ ବୋହୂ

68

bohuନ୍ୟାୟ ପାଇଁ ବୋହୂର ବିଦ୍ରୋହ । ସ୍ତ୍ରୀ ଅଧିକାର ଦାବିରେ ସଂଗ୍ରାମ । ଯୌତୁକ ଯୁଇରେ ଜଳିବା ଅପେକ୍ଷା ଶାଶୁଘରକୁ ଫେରିବା ନିଷ୍ପତି । ଆଉ ଆଜି ତାଲା ଭାଂଗି ଶାଶୁଘରକୁ ଜୋରଜବରଦସ୍ତ ପଶିଲେ ବୋହୂ । ତେବେ କିଏ ଏହି ବିଦ୍ରୋହୀ ବୋହୂ !

୨୦୧୩ରେ ଅସ୍ତରଙ୍ଗ ନାନପୁରର ବିଶ୍ୱରଂଜନଙ୍କୁ ବିବାହ କରିଥିଲେ ସୋନାଲି । ବିବାହ ବେଳେ ବର ପକ୍ଷରୁ ଦାବି ମୁତାବକ ସବୁ ଦେଇଥିଲେ ସୋନାଲିଙ୍କ ପରିବାର । ହେଲେ ବିବାହର କେଇଟା ମାସପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା । ଅଧିକ ଯୌତୁକ ସହ କାର୍ ଦାବି କରିଥିଲେ ଶାଶୁଘର ଲୋକେ । ଦାବି ପୂରଣ ନହେବାରୁ ସୋନାଲିଙ୍କୁ ମାଡ ମାରି ବାପ ଘରେ ଛାଡି ଦେଇଥିଲେ । ଖାଲି ସେତିକି ନୁହେଁ ସୋନାଲିଙ୍କୁ ଛାଡପତ୍ର ନୋଟିସ୍ ଦେଇ ଦୁବାଇ ଚାଲିଯାଇଥିଲେ ସ୍ୱାମୀ ।

ତିନି ବର୍ଷ ହେଲା ବାପ ଘରେ ରହୁଥିଲେ ସୋନାଲି । ସ୍ୱାମୀଙ୍କୁ ଅପେକ୍ଷା କରିଥିଲେ । ହେଲେ ଆଜି ଯେପରି ତୁଟିଯାଇଥିଲା ସବୁ ଅପେକ୍ଷା । ଆଉ ଶାଶୁଘରେ ପଶିବାକୁ ସେ ନେଇଥିଲେ ନିଷ୍ପତି । ବୋହୂର ମର୍ଯ୍ୟାଦା ଓ ନ୍ୟାୟ ପାଇଁ ସୋନାଲି ଆପଣେଇଛନ୍ତି ବିଦ୍ରୋହର ବାଟ ।