ନେପାଳରୁ ଆସିବ କସ୍ତୁରୀ ! ଶ୍ରୀଜୀଉଙ୍କ ଦର୍ଶନ ପରେ କହିଲେ ରାଷ୍ଟ୍ରପତି ବିଦ୍ୟାଦେବୀ

26

କନକ ବ୍ୟୁରୋ : ନେପାଳରୁ ଶ୍ରୀଜଗନ୍ନାଥଙ୍କ ପାଇଁ ଆସିବ କସ୍ତୁରୀ । ଏନେଇ ନେପାଳ ସରକାରଙ୍କ ସହ ଆଲୋଚନା କରିବେବୋଲି କହିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ । ୨୦୦୮ରେ ନେପାଳରୁ ରାଜତନ୍ତ୍ର ହଟିବା ପରେ ପୁରୀକୁ କସ୍ତୁରୀ ଆସୁନଥିଲା । ୨୦୧୪ରେ ଓଡ଼ିଶା ସରକାର କସ୍ତୁରୀ ପାଇଁ ଅନୁରୋଧ କରିଥିଲେ । ବୈଦେଶିକ ସଚିବଙ୍କୁ ନେପାଳରୁ କସ୍ତୁରୀ ପାଇଁ ଅନୁରୋଧ କରିଥିଲେ ଓଡ଼ିଶା ସରକାର ।

୨୦୦୨ରେ ଶେଷ ଥର ପାଇଁ ଶ୍ରୀମନ୍ଦିରକୁ କସ୍ତୁରୀ ମିଳିଥିଲା । ପୁରୀ ଶ୍ରୀମନ୍ଦିରରେ ଥିବା କସ୍ତୁରୀ ପ୍ରାୟ ସରିଗଲାଣି । ଭକ୍ତମାନେ ଦାନ ଦେଉଥିବା କସ୍ତୁରୀରେ ପୂଜା ପାଉଛନ୍ତି ଶ୍ରୀଜୀଉ । ତେବେ ନେପାଳର କସ୍ତୁରୀ ଭଳି ଏହା ଉଚ୍ଚ ମାନର ନୁହେଁ । ରଥଯାତ୍ରା ଓ ଅନ୍ୟାନ୍ୟ ଯାତ୍ରାବେଳେ ଶ୍ରୀଜୀଉଙ୍କୁ କସ୍ତୁରୀ ଲାଗି ହୁଏ । ସୁନାଠାରୁ ତିନିଗୁଣ ଅଧିକ ଦାମ ଏହି କସ୍ତୁରୀ ହରିଣର ନାଭିରୁ ସଂଗୃହୀତ ହୁଏ କସ୍ତୁରୀ ।