ଭାରତ ଓ ଭୁଟାନ ଅଂଚଳକୁ ନିଜର ଦର୍ଶାଇଲା ଚୀନ୍

53

କନକ ବ୍ୟୁରୋ: ଭାରତ ଓ ଭୁଟାନ ସୀମା ବିବାଦକୁ ନେଇ ଚୀନ ନୂଆ ନକ୍ସା ଜାରି କରିଛି । ଯେଉଁଥିରେ ଚୀନ୍ ପଥରୋଧ କରୁଥିବା ସ୍ଥାନକୁ ଦର୍ଶାଇଛି । ଚୀନ କହିଛି ଭାରତ ଚୀନର କିଛି ଅଂଶ ଦଖଲ କରିଛି । ଆହୁରି ମଧ୍ୟ ଚୀନ-ଭୁଟାନର ତ୍ରିକୋଣୀୟ ଜଙ୍କସନ୍ ଉପରେ ତା’ର ଦଖଲ ଥିବା ଦର୍ଶାଇଛି । ନକ୍ସା ଅନୁଯାୟୀ ଚୀନ ଦାବି କରୁଛି ଭାରତୀୟ ସେନା ଡୋକଲାମ ନିକଟରେ ସୀମା ପାର କରିଛନ୍ତି ।

ଡୋକଲାମକୁ ଭାରତ ଓ ଭୁଟାନ୍ କ୍ଷେତ୍ର ଭାବେ ଦେଖୁଥିବା ବେଳେ ଚୀନ ଏହା ତା’ର ବୋଲି ନକ୍ସାରେ ଦାବି କରିଛି । ଶୁକ୍ରବାର ଚୀନ ଏହି ନକ୍ସା ଜାରି କରିଛି । ଚୀନ ତ୍ରିକୋଣୀୟ ଅଂଶଟିକୁ ଏକ ତୀର ଦ୍ୱାରା ଚିହ୍ନଟ କରୁଥିବା ବେଳେ ଏହା ୧୮୯୦ ମସିହାରୁ ବ୍ରିଟିଶ –ଚୀନ ସନ୍ଧି ସମୟର ବୋଲି ଦାବି କରିଛି ।