ଭୂପେଶ ବଘେଲ ହେବେ ଛତିଶଗଡର ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଅପରାହ୍ଣ ୪.୩୦ରେ ନେବେ ଶପଥ

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ହେଲା । ଦୀର୍ଘ୬ ଦିନ ପରେ ଭୂପେଶ ବଘେଲ ଛତିଶଗଡର ମୁଖ୍ୟମନ୍ତ୍ରୀ ହେବେ

233
କନକ ବ୍ୟୁରୋ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ହେଲା । ଦୀର୍ଘ୬ ଦିନ ପରେ ଭୂପେଶ ବଘେଲ ଛତିଶଗଡର ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ପରେ ସମସ୍ତଙ୍କ ନଜର ରହିଥିଲା ଛତିଶଗଡ ଉପରେ । ତେବେ କିଏ ଛତିଶଗଡର ମୁଖ୍ୟମନ୍ତ୍ରୀ ହେବେ ସେନେଇ ଆଲୋଚନା ଲଗାତାର ଭାବରେ ଚାଲୁଥିଲା । ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ଭୂପେଶ ମୁଖ୍ୟମନ୍ତ୍ରୀ ହେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି  । ନାମ ଘୋଷଣା ହେବା ପରେ ମଧ୍ୟ ସ୍ଥାନୀୟ ରାଜୀବ ଭବନରେ ବିଧାୟକ ଦଳର ବୈଠକ ଜାରି ରହିଥିବା ସୂଚନା ମିଳିଛି  । ତେବେ ଆସନ୍ତାକାଲି ଅପରାହ୍ଣ ୪.୩୦ରେ ଭୂପେଶ ଶପଥ ଗ୍ରହଣ କରିବେ ।
ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ଅନେକ ବରିଷ୍ଠ ନେତା ଯୋଗ ଦେବେ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଛତିଶଗଡରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ନିଷ୍ପତି ନିଆଯାଇଥିଲା । କିନ୍ତୁ ପୁନର୍ବାର ନିଷ୍ପତିକୁ ବଦଳାଇ ଦିଆଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ଆଜି ରାୟପୁରରେ ଦିନ ୧୨ଟାରେ ବିଧାୟକ ଦଳଙ୍କ ଏକ ବୈଠକ ବସିଥିଲା ।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିଲ୍ଲୀରେ ଛତିଶଗଡର ୪ଜଣ ବରିଷ୍ଠ ନେତା ଟି ଏସ ସିଂ ଦେବ, ତାମ୍ରଧ୍ୱଜ ସାହୁ, ଭୁପେଶ ବଧେଲ ଓ ଚରଣ ଦାସ ମହନ୍ତଙ୍କୁ ଭେଟ କରି ଆଲୋଚନା କରିଥିଲେ । ହେଲେ ଶେଷରେ ଭୂପେଶଙ୍କ ନାମରେ ମୋହର ବାଜି ଥିବା ସୂଚନା ମିଳିଛି ।