ଭଦ୍ରକ : ଦିନ ଦ୍ୱିପ୍ରହରେ ଯୁବକଙ୍କୁ ଭୁଜାଲି ମାଡ । ତାହା ପୁଣି ବିଚ୍ ବଜାରରେ । ଭଦ୍ରକ ଚାନ୍ଦବାଲି ବ୍ଲକ୍ ଜଳେଶ୍ୱରପୁର ଗାଁରେ । ଦୁର୍ବୃତଙ୍କ ଭୁଜାଲି ମାଡରେ ଗୁରୁତର ହୋଇ ପଡିଥିବା ଯୁବକ ହେଲେ ସୁକାନ୍ତ ଭୋଳ । ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି । ଜଳେଶ୍ୱରପୁର ସରପଂଚଙ୍କ ସ୍ୱାମୀଙ୍କ ସହ ଜିଲ୍ଲା ଯୋଗାଣ ଅଫିସରୁ କାମ ସାରି କଚେରୀ ବଜାରରେ ଫଳ କିଣୁଥିବା ବେଳେ ଦୁର୍ବୃତମାନେ ଭୁଜାଲି ମାଡ କରି ଫେରାର ହୋଇ ଯାଇଛନ୍ତି ।

ଗତ କିଛି ଦିନ ତଳେ କୌଣସି କଥାକୁ ନେଇ ଚାନ୍ଦବାଲି ବିଧାୟକଙ୍କ ସହ ସୁକାନ୍ତଙ୍କ ଜୋରଦାର ବଚସା ହୋଇଥିଲା । ତେଣୁ ଏହି ଘଟଣାକୁ ନେଇ ଆକ୍ରମଣ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଭଦ୍ରକ ଟାଉନ୍ ଥାନା ପୁଲିସ ତଦନ୍ତ ଚଳାଇ ଥିବାବେଳେ ଏଯାଏ କାହାକୁ ଗିରଫ କରାଯାଇ ନାହିଁ ।