ଭୁବନେଶ୍ୱର ଆଇଆରଏସି ଓ ନୟାପଲ୍ଲୀ ଅଂଚଳରୁ ହଟିଲା ଜବରଦଖଲ ! ସ୍ୱେରେଜ୍ ଲେନ୍ ଉପରୁ ଉଚ୍ଛେଦ କଲା ଯୁଗ୍ମ ଉଚ୍ଛେଦ କମିଟି ।

44

କନକ ବ୍ୟୁରୋ : ଭୁବନେଶ୍ୱର ଆଇଆରଏସି ଓ ନୟାପଲ୍ଲୀ ଅଂଚଳରେ ସ୍ୱେରେଜ୍ ଲେନ ଉପରେ ଥିବା ଜବରଦଖଲକୁ ଆଜି ଉଚ୍ଛେଦ କରିଛି ଯୁଗ୍ମ ଉଚ୍ଛେଦ କମିଟି । ଏହି ଜବରଦଖଲ ଯୋଗୁଁ ଜାତୀୟ ରାଜପଥରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବର୍ଷା ଯୋଗୁଁ ବେହେରା ସାହି ଓ ଭୋଇସାହିର ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଜି ସକାଳ ସାଢେ ୧୦ଟାରୁ ଏହି ଉଚ୍ଛେଦ କାମ ଆରମ୍ଭ ହୋଇଛି ଜବରଦଖଲ ଅଭିଯୋଗରେ ଇସ୍କନ ସମ୍ମୁଖ ଭାଗକୁ ମଧ୍ୟ ଉଚ୍ଛେଦ କରାଯାଇଛି ।