ଭୁବନେଶ୍ୱର ସି.ଭି.ରମଣ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟରେ ଦକ୍ଷତା ପ୍ରତିଯୋଗିତା ଆରମ୍ଭ ! ଯୋଗ୍ୟ ପ୍ରତିଯୋଗୀଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମିଳିବ ସ୍ଥାନ ।

44

କନକ ବ୍ୟୁରୋ : ଭୁବନେଶ୍ୱରସ୍ଥିତ ସି.ଭି.ରମଣ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ଅଧିନରେ ଥିବା ରଞ୍ଜିତା ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଂଟ ପରିସରରେ ପୂର୍ବ ଜୋନର ୩ ଦିନିଆ ଆଂଚଳିତ ଦକ୍ଷତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଇଷ୍ଟ ଜୋନର ୭ଟି ରାଜ୍ୟର ୩୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମୋଟ୍ ୨୬ଟି ଦକ୍ଷତା ପ୍ରତିଯୋଗିତା ମଧ୍ୟରୁ ୪ଟି ହସପିଟାଲିଟି ସ୍କିଲ ରଞ୍ଜିତା ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଂଟର ଥିଲା ।

ଶ୍ରେଷ୍ଠ ପ୍ରତିଯୋଗୀମାନେ ଆସନ୍ତା ମାସରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ତରର ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଆଗକୁ ଋଷିଆରେ ବିଶ୍ୱ ଦକ୍ଷତା କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଉଛି ।