୨୪ ଘଂଟା ଯାଏଁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ଦୁଇ ଦିନ ପାଗ ଶୁଖିଲା ପରେ ୨୩ରୁ ପୁଣି ଆରମ୍ଭ ହେବ ବର୍ଷା

ଅଧିକାଂଶ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

495

କନକ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସାଙ୍ଗକୁ ଓଡିଶା ଉପରେ ଏକ ଟ୍ରପ ଲାଇନ୍ ସୃଷ୍ଟି ହୋଇଥିବାରୁ ଆସନ୍ତା ୨୪ ଘଂଟା ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେତେକ ସ୍ଥାନରେ ୪୦ ରୁ ୬୦ ମିଲିଲିଟର ଯାଏଁ ବର୍ଷା ହୋଇପାରେ । ତେବେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା କ୍ଷୀଣ ବୋଲି ପାଣିପାଗ ବିଭାଗ କହିଛି ।

ଆଜି ଦକ୍ଷିଣ ଓଡିଶାର କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଂଜାମ ସମେତ ପୁରୀ, କନ୍ଧମାଳ, ଖୋର୍ଦ୍ଧା, କଳାହାଣ୍ଡି , ନବରଙ୍ଗପୁର ଓ ସମ୍ବଲପୁରରେ ପ୍ରବଳ ବର୍ଷା ହୋଇପାରେ । ସେହିଭଳି ଆସନ୍ତାକାଲି ଯାଏଁ ମାଲକାନଗିରି, କୋରାପୁଟ , ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିରେ ପ୍ରବଳ ବର୍ଷା ଲାଗି ରହିପାରେ । ୨୧ ଓ୨୨ ତାରିଖରେ ସାରା ଓଡିଶାରେ ଶୁଖିଲା ପାଗ ଲାଗିରହିବ । ଏହାପରେ ଦୁଇ ଦିନ ଅର୍ଥାତ ୨୩ ଓ ୨୪ ତାରିଖରେ ଅଧିକାଂଶ ସ୍ଥାନରେ ଘଡଘଡି ସହ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡିଶାର ଜିଲ୍ଲାଗୁଡିକ ଅଧିକ ପ୍ରଭାବିତ ହେବ ।