ଅସରାଏ ବର୍ଷାରେ ରାଜଧାନୀ ଜଳବନ୍ଦୀ ! ଜୟଦେବ ବିହାର ଏବଂ ଆଚାର୍ଯ୍ୟବିହାର ଅଂଚଳରେ ଲୋକଙ୍କ ଦୟନୀୟ ସ୍ଥିତି

44

କନକ ବ୍ୟୁରୋ : କେଇ ଘଂଟାର ବର୍ଷାରେ ଭୁବନେଶ୍ୱରର ଅବସ୍ଥା ବେହାଲ । ସହରର କେନ୍ଦ୍ରସ୍ଥଳରେ ଥିବା ଜୟଦେବବିହାର ଏବଂ ଆଚାର୍ଯ୍ୟବିହାର ଅଚଂଳରେ ଲୋକେ ଦୀର୍ଘ ସମୟ ଧରି ପାଲଟିଗଲେ ଜଳବନ୍ଦୀ । ଘରେ ପାଣି ପଶିଯିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଆଉ ଏହି ସନ୍ତସନ୍ତିଆ ପରିବେଶ ଭିତରେ କଟିଛି ସାରାରାତି ।