ସ୍ମାର୍ଟସିଟି କାନ୍ଥରେ ସାହିତ୍ୟର ବାର୍ତ୍ତା ! ଛବିଳ ବର୍ଣ୍ଣବୋଧ ଠାରୁ ଆରମ୍ଭ କରି ଉପନ୍ୟାସ ପର୍ଯ୍ୟନ୍ତ ଚିତ୍ରକରଙ୍କ ତୂଳୀରେ ସଜ୍ଜିତ ହୋଇଛି ରାଜଧାନୀ କାନ୍ଥ ।

367

ଆଗକୁ ଆସୁଛି ପୁରୁଷ ହକି ବିଶ୍ୱକପ୍ , ୨୦୧୮ । ଯେଉଁଥିପାଇଁ ସଜେଇ ହେଲାଣି ରାଜଧାନୀ । ରାଜଧାନୀ କାନ୍ଥରେ ଦେଖାଗଲାଣି ଭଳି କି ଭଳି ଚିତ୍ରପଟ । ଭୁବନେଶ୍ୱରକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ସରକାରଙ୍କ ତରଫରୁ ଏକ ଅନନ୍ୟ ପଦକ୍ଷେପ ନିଆଯାଇଛି । ଯେଉଁଥିରେ ଓଡିଶାର କଳା,ସଂସ୍କୃତି ଏବଂ ପରମ୍ପରାର ଚିତ୍ରପଟକୁ ରାଜଧାନୀ କାନ୍ଥରେ ଚିତ୍ରିତ କରାଯାଉଛି । ତେବେ ସାହିତ୍ୟ ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଛବିଳ ବର୍ଣ୍ଣବୋଧ ଠାରୁ ଆରମ୍ଭ କରି ବିଲଙ୍କା ରାମାୟଣ,ଛ’ମାଣ ଆଠଗୁଣ୍ଠ ଭଳି ପ୍ରସିଦ୍ଧ ଉପନ୍ୟାସର ଚିତ୍ରପଟ ଏବେ କାନ୍ଥରେ ଦେଖିବାକୁ ମିଳୁଛି ।

୧ . କାନ୍ଥରେ ଚିତ୍ରିତ ହୋଇଥିବା ପ୍ରସିଦ୍ଧ ଔପନ୍ୟାସିକ ବ୍ୟାସକବି ଫକୀର ମୋହନ ସେନାପତୀଙ୍କ ପ୍ରସିଦ୍ଧ ପୁସ୍ତକମାଳା ।

୨ . ରାଜଧାନୀ କାନ୍ଥରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀ ମୁନରେ ପ୍ରତିସ୍ଫୁଟ ହୋଇଥିବା କାବ୍ୟ ଲାବଣ୍ୟବତୀ ଏବଂ ପ୍ରେମସୁଧାନିଧିର ଝଲକ ।

୩ . ବିଭିନ୍ନ ଉପନ୍ୟାସ ଏବଂ କାବ୍ୟ,କବିତାରେ ଚିତ୍ରିତ ଭୁବନେଶ୍ୱର କାନ୍ଥ ।

୪ . ଔପନ୍ୟାସିକ ଫକୀର ମୋହନ ସେନାପତୀଙ୍କ ସ୍ୱଲିଖିତ ପ୍ରସିଦ୍ଧ ଗ୍ରନ୍ଥମାଳାର ଚିତ୍ରପଟ ।

୫ . ପିଲାବେଳେ ଆପଣ ବି ପଢିଥିବା ଛବିଳ ବର୍ଣ୍ଣବୋଧ ବହିରେ ବିଲେଇକୁ ବାହାରକୁ ଆଣିବାକୁ କେବେ ଚେଷ୍ଟା କରିଥିଲେ କି ?

୬ . ବିଲେଇ ପଢୁଛନ୍ତି ପାଠ ।

୭ . ବିଲଙ୍କା ରାମାୟଣ,ଶ୍ରୀମଦ୍ ଭାଗବତ ,ତପସ୍ୱିନୀ,ଲଛମା ଭଳି ପୁରାଣରୁ ପଦିଏ ।

୮ . ପ୍ରତିଭା ରାୟ ,ଜଗଦୀଶ ମହାନ୍ତିି, ଶ୍ରୀ ଶରତ ଚନ୍ଦ୍ର ସାମନ୍ତଙ୍କ ଦ୍ୱାରା ଲିଖିତ କିଛି ଅମୂଲ୍ୟ ସମ୍ପଦର ପରାକାଷ୍ଠା ଏବେ ଭୁବନେଶ୍ୱର କାନ୍ଥରେ ଚିତ୍ରିତ ।