ରାଜଧାନୀରେ ଭାଇରାଲ୍ ଭିଡିଓ ଘଟଣାରେ ନୂଆ ମୋଡ ! ସାମ୍ନାକୁ ଆସିଲା ମାଡ ମାରୁଥିବା ଯୁବତୀଙ୍କ ଆପତିଜନକ ଫଟୋ

38

କନକ ବ୍ୟୁରୋ : ବୁଦ୍ଧପାର୍କରେ ଦୁଇ ଯୁବତୀ ଜଣେ ଯୁବକଙ୍କୁ ମାଡ ମାରୁଥିବା ଭାଇରାଲ ଭିଡିଓ ମାମଲା ପୁଣି ନୂଆ ମୋଡ ନେଇଛି । ଏବେ ଭାଇରାଲ ଭିଡିଓ ସହ ସୋସିଆଲ ମିଡିଆରେ ଘୁରି ବୁଲୁଛି ମାଡ ମାରୁଥିବା ଯୁବତୀଙ୍କ ୫ଟି ଆପତିଜନକ ଫଟୋ । ତେବେ ଯୁବତୀଙ୍କ ଓକିଲ କହିଛନ୍ତି ଏହି ଫଟୋ ସମ୍ପୃକ୍ତ ଯୁବତୀଙ୍କର ନୁହେଁ ଏବଂ ଏଡିଟ୍ କରି ବଦନାମ କରିବା ପାଇଁ ଏଭଳି କରାଯାଇଛି । ଅନ୍ୟପଟେ ଯୁବକଙ୍କ ଓକିଲ କହିଛନ୍ତି ତଦନ୍ତକୁ ପ୍ରଭାବିତ କରିବା ପାଇଁ ଯୁବତୀ ଜାଣିଶୁଣି ଏହି ଫଟୋକୁ ଛାଡିଛନ୍ତି ।

ଅନ୍ୟପଟେ ତାଙ୍କୁ ଫସାଇବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଯୁବକ । ଏହି ନଗ୍ନ ଫଟୋ ସବୁ ସେଲଫି ମୋଡରେ ଯେହେତୁ ଉଠାଯାଇଛି – ଏସବୁ ଫଟୋ ଯୁବତୀ ନିଜେ ଭାଇରାଲ କରିଥିବା ଯୁବକ ଜଣକ କହିଛନ୍ତି ।

ଜୁଲାଇ ୩୧ରେ ଭୁବନେଶ୍ୱରର ବୁଦ୍ଧପାର୍କ ଘଟିଥିବା ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ୨ ଯୁବତୀ ଜଣେ ଯୁବକଙ୍କୁ ଗୋଟିଏ ପରେ, ଗୋଟିଏ ଚାପୁଡା କଶି ଚାଲିଥିଲେ । ବିଚରା ପ୍ରେମିକ ପ୍ରତିରୋଧ ବି ନକରି ମାଡ ଖିାଉଥିଲେ । ଆଉ ଏହି ଭିଡିଓ ଚାହୁଁଚାହୁଁ ଇଂଟରନେଟରେ ଭାଇରାଲ ହୋଇଗଲା । ଏହା ପରେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ଏଥିରେ ଆଉ ଏକ ଚରିତ୍ର ଧସେଇ ପସିଛନ୍ତି । କୌତୁହଳର ବିଷୟ ହେଉଛି ଏହି ଭିଡିଓରେ ମାଡ ମାରୁଥିବା ଯୁବକ ଜଣକ ମାଡ଼ ଖାଉଥିବା ଯୁବକଙ୍କ ପ୍ରେମିକାଙ୍କ ପ୍ରେମିକ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚତୁର୍କୋଣୀୟ ପ୍ରେମ କାହାଣୀ ଆହୁରି ଜଟିଳ ହୋଇପଡିଛି ।

ସୋମବାରଦିନ ରାଜଧାନୀର ଏକ ପାର୍କରେ ଜଣେ ଯୁବକଙ୍କୁ ଦୁଇଜଣ ଯୁବତୀ ମାଡ ମାରିଥିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ସଂପୃକ୍ତ ଯୁବକ କମଳ ଅଗ୍ରୱାଲ ନ୍ୟାୟ ପାଇଁ ସ୍ଥାନୀୟ ଏସଡିଜେଏମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହି ଭିଡିଓ ପରେ ଆଉ ଏକ ନୂଆ ଭିଡିଓ ଆସିଥିଲା ଯାହା ଘଟିଣାଟି ଆହୁରି ରହସ୍ୟ ଘେରକୁ ଚାଲି ଯାଇଛି । ଏଥିରେ ଆଉ ଏକ ଚରିତ୍ର ଧସେଇ ପସିଛନ୍ତି । ମାଡ଼ ମାରୁଥିବା ଯୁବକଙ୍କ ଏହି କାହାଣୀ ଭିତରେ କି ଭୂମିକା ରହିଛି, ତାହା ମଧ୍ୟ ସଂଦେହ ଘେରକୁ ଆସିଛି ।

ଯୁବକଙ୍କୁ ମାଡ ମାରିବା ସମୟର ସମସ୍ତ ଦୃଶ୍ୟ ଭିଡିଓ ରେକଡିଂ କରାଯାଇଛି ଏବଂ ସେଗୁଡିକୁ ଭାଗ ଭାଗ କରି ସୋସିଆଲ ମିଡିଆରେ ଛଡା ଯାଇଛି । ଏପରି କରିବା ପଛରେ କଣ ରହିଛି ଉଦ୍ଦେଶ୍ୟ, ଏହା ଏବେ ଘଟଣା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

ସେପଟେ ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି ମାଡ ମାରିବା ପରେ ତାଙ୍କ ସୁନା ଚେନ, ମନି ପର୍ସ ଓ କିଛି ଟଙ୍କା ମଧ୍ୟ ନେଇଯାଇଛନ୍ତି ଏବଂ ତାଙ୍କୁ ବ୍ଲାକମେଲିଂ କରାଯାଉଛି । ଭିଡିଓ ଭାଇରାଲ ହେବା ପରେ ଆତ୍ମହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ ସଂପୃକ୍ତ ଯୁବକ । ଏବେ ଯୁବକଙ୍କ ପ୍ରଥମ ପ୍ରେମିକା ଆପୋଷ ବୁଝାମଣା କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ବୁଝାମଣା ନହୋଇ ପାରିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଭିଡିଓ ଭାଇରାଲ ହେଲା । ଥାନା କୋର୍ଟରେ ମାମଲା ବି ହେଲା । ଘଟଣାର ତଦନ୍ତ ଶେଷ ହୋଇ ନଥିବା ବେଳେ, ଏବେ ପୁଣି ନଗ୍ନ ଫଟୋ ଭାଇରାଲ । ତେବେ ତଦନ୍ତ ଏବେ କେଉଁ ମୋଡ ନେଉଛି ତାକୁ ହିଁ ଅପେକ୍ଷା ।