ନୂଆ ନୋଟରେ ନୂଆ ଲାଂଚ! ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ପିଏଚଡି ଡିଭିଜନ୍ କ୍ଲର୍କ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନୂଆ ନୋଟରେ ଲାଂଚ । କଳାଟଙ୍କା ଉପରେ ଅଂକୁଶ ଲଗାଇବାକୁ ଏବଂ ଦେଶରେ ଦୁର୍ନୀତି ରୋକିବାକୁ ବଡ ନୋଟକୁ ବ୍ୟାନ କରିଛନ୍ତି ମୋଦି ସରକାର । ହେଲେ ନିଜ ପ୍ରବୃତିକୁ ପରିବର୍ତନ କରୁନାହାନ୍ତି ଲାଂଚଖୋର ଅଧିକାରୀ । ନୂଆ ଖଡଖଡିଆ ନୋଟ୍ ମାଗି ଫସିଯାଇଛନ୍ତି ଜଣେ କିରାଣୀ ।

୮ ହଜାର ଟଙ୍କା ଲାଂଚ ମାଗି ଧରା ପଡିଛନ୍ତି ଭୁବନେଶ୍ୱର ପିଏଚଡି ବିଭାଗରେ କାମ କରୁଥିବା କିରାଣୀ ପ୍ରସନ୍ନ କୁମାର ପଣ୍ଡା । କଂଟ୍ରାକ୍ଟର ବିଶ୍ୱଜିତ ସାମନ୍ତରାୟଙ୍କ ପ୍ରାୟ ୨ ଲକ୍ଷ ଟଙ୍କାର କାମ କରାଇଦେବାକୁ ମାଗୁଥିଲେ ଲାଂଚ । ତେବେ ନୂଆ ଟଙ୍କା ମାଗି ଥିବାରୁ, କଂଟ୍ରାକ୍ଟର ଜଣକ ନୂଆ ୨ ହଜାର ଟଙ୍କିଆ ନୋଟ ଦେଇଥିଲେ । ଆଉ ଲାଂଚ କାରବାରବେଳେ ଧରାପଡିଯାଇଥିଲେ ଭିଜିଲାନ୍ସ ହାତରେ ।