ଧରା ପଡିଲା ଭୁବନେଶ୍ୱର ୟୁକୋ ବ୍ୟାଙ୍କ୍ ଡକାୟତି ଗ୍ୟାଙ୍ଗ୍ : ଫିଲ୍ମ ଷ୍ଟାଇଲରେ ଗଢିଥିଲେ ସ୍ପେଶାଲ୍ ପାଂଚ ଗ୍ରୁପ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରର ୟୁକୋ ବ୍ୟାଙ୍କ୍ ଲୁଟ୍ ଘଟଣାରେ କମିଶନରେଟ୍ ପୋଲିସ ବିହାରରୁ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଡକାୟତକୁ ୭ ଦିନ ଟ୍ରାନଜିଟ୍ ରିମାଣ୍ଡରେ ନେବା ପାଇଁ ବିହାର କୋର୍ଟ ଅନୁମତି ଦେଇଛି । ତେବେ ଗିରଫ ପରେ ଜଣା ପଡିଛି କେମିତି ହୋଇଥିଲା ୟୁକୋ ବ୍ୟାଙ୍କ୍ ଲୁଟର ଯୋଜନା । କୁହାଯାଉଛି, ହିନ୍ଦି ଫିଲ୍ମ ସ୍ପେଶାଲ୍ ଛବିଶ୍ ଭଳି ଏମାନେ ଗଠନ କରିଥିଲେ ସ୍ପେଶାଲ୍ ଫାଇଭ୍ ଗ୍ୟାଙ୍ଗ୍ । ଆଉ ଠିକ୍ ଫିଲ୍ମ ଷ୍ଟାଇଲରେ ଲୁଟ୍ କରିଥିଲେ ୟୁକୋ ବ୍ୟାଙ୍କ୍ ।

କୁହାଯାଉଛି , ଏହି ଡକାୟତି ଗ୍ୟାଙ୍ଗରେ ଥିଲେ ୫ ଅଭିଯୁକ୍ତ । ଆଉ ଠିକ୍ ସ୍ପେଶାଲ୍ ୨୬ ଭଳି ଗଢିଥିଲେ ସ୍ପୋଶାଲ୍ ପାଂଚ୍ । ଲୁଟ୍ ନୁହେଁ ରେଡ୍ । ଠିକ୍ ସେହି ପ୍ଲାନରେ ଅନେକ ଦିନ ପୂର୍ବରୁ ନିଜ ମିଛ ପରିଚୟ ପତ୍ର ତିଆରି କରି ଏହି ଗ୍ୟାଙ୍ଗର ସଦସ୍ୟ ରହିଥିଲେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ । ଆଉ ଭିନ୍ନ ଭିନ୍ନ ବେଶରେ ବ୍ୟାଙ୍କ ଆସି ଅନେକ ଥର କରିଥିଲେ ରେକି । କେମିତି , କେତେବେଳେ ଓ କେଉଁ ଉପାୟରେ କରିବେ ଲୁଟ୍ । ସେନେଇ କରିଥିଲେ ବ୍ଲୁ ପ୍ରିଂଟ୍ ।

ଏହାପରେ ସେପ୍ଟେମ୍ବର ୨୮କୁ ଫିକ୍ସ କରିଥିଲେ ଲୁଟ୍ ପାଇଁ । ବ୍ୟାଙ୍କ୍ ଖୋଲିବାର କିଛି ସମୟ ଆଗରୁ ବ୍ୟାଙ୍କ୍ ଆଗରେ ପହଂଚି ଯାଇଥିଲେ । ମାତ୍ର କିଛି ମିନିଟ୍ ଭିତରେ ଲୁଟି ନେଇଥିଲେ ୪୦ଲକ୍ଷ ଟଙ୍କାର ସୁନାଗହଣା ଓ ୧୩ଲକ୍ଷ ନଗଦ ଟଙ୍କା । କଟକ ଡିସିପିଙ୍କ ନେତୃତ୍ୱରେ ଗଠନ ହେଲା ଅପରେସନ୍ ସ୍ୱେଶାଲ୍ ପାଂଚକୁ ଧରିବାକୁ ସ୍ୱେଶାଲ୍ ଟିମ୍ । ଆଉ ବିହାରର ବେଗୁସରାଇରୁ ପାଇଲା ୨ ଜଣଙ୍କ ପତ୍ତା । ଯାହାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପରେ ଜଣା ପଡିବ ପୁରା ରହସ୍ୟ ।