ଭୁବନେଶ୍ୱର : ଗାଁ ମୁଣ୍ଡ ମଠ ପୋଖରୀରେ ଗାଧୋଉଥିବା ବେଳେ ବୁଡିଗଲେ ଦୁଇ ଭାଇ

47

କନକ ବ୍ୟୁରୋ : ପୋଖରୀରେ ବୁଡି ଆଖି ବୁଜିଲେ ଦୁଇ ଭାଇ । ଗାଁ ମୁଣ୍ଡ ମଠ ପୋଖରୀରେ ଗାଧୋଉଥିବା ବେଳେ ବୁଡିଗଲେ ଦୁଇ ଭାଇ । ଏଭଳି ଦୁଃଖଦ ଘଟଣା ଘଟିଛି ଭୁବନେଶ୍ୱର ଉପକଂଠ ବାଲିଅନ୍ତା କାକରୁଦ୍ରପୁରର ଜେନାସାହିରେ । ଜେନାସାହିର ଦୁଇ ଭାଇ ସୌମ୍ୟ ରଂଜନ ପରିଡା ଓ ସ୍ମୃତି ରଂଜନ ପରିଡା ସାଙ୍ଗ ହୋଇ ଗାଧୋଇବା ପାଇଁ ଯାଇଥିଲେ ।

ତେବେ ଗାଧୋଇବା ବେଳେ ଦୁଇ ଭାଇ ବୁଡି ମୃତ୍ୟୁ ବରଣ କରିବା ପରେ ପରିବାର ପୁରା ଭାଙ୍ଗି ପଡିଛି । ସୌମ୍ୟ ୧୨ ବର୍ଷର ହୋଇଥିବା ବେଳେ ସପ୍ତମ ଶ୍ରେଣୀର ପଢୁଥିଲା । ସେହିଭଳି ସ୍ମୃତି ୧୦ ବର୍ଷ ବୟସରେ ପଂଚମ ଶ୍ରେଣୀର ଛାତ୍ର ଥିଲା । ଦୁଇ ପୁଅଙ୍କ ଅକାଳ ମୃତ୍ୟୁ ପରେ ଘରେ କାନ୍ଦ ବୋବାଳି ପଡିଛି ।