ଓଡିଶାକୁ ବ୍ୟାଙ୍କକ୍ ସହ ଯୋଡିଲା ଏୟାର ଏସିଆ ! ଡିସେମ୍ବର ୭ରୁ ଉଡିବ ବିମାନ, ୨୯୯୯ ଟଙ୍କାରେ ଯାତ୍ରୀ ଯାଇପାରିବେ ବ୍ୟାଙ୍କକ୍ ।

47

କନକ ବ୍ୟୁରୋ : ଆରମ୍ଭ ହେବ ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ସେବା । ପୂର୍ବରୁ ଓଡିଶାକୁ କ୍ୱଲାଲାମପୁର ସହ ଯୋଡିଥିବା ଏୟାରଲାଇନ୍ ସଂସ୍ଥା ଏୟାର ଏସିଆ ବ୍ୟାଙ୍କକ୍ ସହ ଯୋଡିବ ଭୁବନେଶ୍ୱରକୁ । ମାତ୍ର ୨ହଜାର ୯ଶହ ୯୯ଟଙ୍କାରେ ଯାତ୍ରୀ ଉଠାଇପାରିବେ ଏହାର ମଜା । ବ୍ୟାଙ୍କକ୍ ସହ ଯୋଡିହେଲା ଭୁବନେଶ୍ୱର । ଏଣିକି ଆପଣମାନେ ସିଧାସଳଖ ଯାଇପାରିବେ ଭୁବନେଶ୍ୱରରୁ ବ୍ୟାଙ୍କକ୍ । ପ୍ରଥମଥର ପାଇଁ ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଏସିଆ ପକ୍ଷରୁ ସିଧାସଳଖ ବ୍ୟାଙ୍କକକୁ ବିମାନ ସେବା ଆରମ୍ଭ କରିବା ନେଇ ଘୋଷଣା ହୋଇଛି ।

ଖୁବ୍ ଶୀଘ୍ର ଏୟାର୍ ଏସିଆ ଏହି ରୁଟରେ ନିଜ ଯାତ୍ରା ଆରମ୍ଭ କରିବ । ସୂଚନା ଅନୁଯାୟୀ ଡିସେମ୍ବର ୭ତାରିଖରୁ ଯାତ୍ରୀ ସିଧାସଳଖ ବ୍ୟାଙ୍କକ୍ ଯାତ୍ରା କରିପାରିବେ । ସପ୍ତାହରେ ୩ଦିନ ଉଡାଣ ଭରିବ ଏୟାର ଏସିଆର ବିମାନ । ବୁଧବାର, ଶୁକ୍ରବାର ଏବଂ ରବିବାର ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ବ୍ୟାଙ୍କକରୁ ଯାତ୍ରୀ ଭୁବନେଶ୍ୱର ଫେରିପାରିବେ ।

ମାତ୍ର ୨ହଜାର ୯ଶହ ୯୯ ଟଙ୍କା ଦେଇ ଯାତ୍ରୀ ବ୍ୟାଙ୍କକ୍ ପାଇଁ ଟିକେଟ୍ ବୁକିଂ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୧୦ତାରିଖରୁ ଟିକେଟ ବୁକିଂ ଆରମ୍ଭ ହୋଇଥିବା ବେଳେ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ । ଆଉ ଏହି ଟିକେଟରେ ଯାତ୍ରୀ ଡିସେମ୍ବର ମାସ ୭ତାରିଖରୁ ୨୦୧୯ ମାର୍ଚ୍ଚ ୩୦ତାରିଖ ମଧ୍ୟରେ ଯାତ୍ରା କରିପାରିବେ । ତେବେ ସେଠାକୁ ଯାଉଥିବା ପର୍ଯ୍ୟଟକ କିଭଳି ସୁବିଧାରେ ବୁଲିପାରିବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଥାଇଲାଣ୍ଡ ଟୁରିଜିମ୍ ବିଭାଗର ଡାଇରେକ୍ଟର, ଇଶ୍ରା ଷ୍ଟାପନସେଥ୍ । ଏହି ରୁଟରେ ବିମାନ ଚଳାଚଳ କରିବା ପରେ ଯାତ୍ରୀଙ୍କ ସଂଖ୍ୟା ବଢିବା ସହ ପର୍ଯ୍ୟଟନ ତଥା ବାଣିଜ୍ୟିକ କ୍ଷେତ୍ରରେ ଉନ୍ନତି ହେବ ବୋଲି ଆଶା ରହିଛି ।

ଏୟାର ଏସିଆ ଭୁବନେଶ୍ୱରରୁ ବ୍ୟାଙ୍ଗକକକୁ ଚଳାଇବ ଡାଇରେକ୍ଟ ଫ୍ଲାଇଟ । ଚଳିତ ବର୍ଷ ଡିସେମ୍ବର ୭ ତାରିଖରେ ଏହାର ଶୁଭାରମ୍ଭ କରିବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏୟାରଏସିଆ ଫ୍ଲାଇଟ ସପ୍ତାହକୁ ୩ଥର ଉଡାଣ କରିବ ଭୁବନେଶ୍ୱରରୁ ବ୍ୟାଙ୍ଗକକ ଓ ବ୍ୟାଙ୍ଗକକ ରୁ ଭୁବନେଶ୍ୱର । ଯାତ୍ରିମାନଙ୍କ ପାଇଁ ଏହା ଏକ ଶୁଭ ସଙ୍କେତ । ଏୟାରଏସିଆ ପକ୍ଷରୁ ପ୍ରମୋସନାଲ ଫେୟାର ରଖାଯାଇଛି । ୨୯୯୯ ପର ଟ୍ରିପ । ଏହା ର ବୁକିଂ ଅକ୍ଟୋବର ୧୦ ତାରିଖରୁ ୨୧ ତାରିଖ ମଧ୍ୟରେ କରିହେବ । ଏହି ସୁଚନା ଦେଇଛନ୍ତି ଏୟାରଏସିଆ ଇଣ୍ଡିଆର ହେଡ ମାର୍କେଟିଂ ରାଜକୁମାର ।