ଭୁବନେଶ୍ୱର ତମାଣ୍ଡୋ ଗୁଳିକାଣ୍ଡ ଘଟଣା ! ଅଭିଯୁକ୍ତ ବାପି ପଟ୍ଟନାୟକକୁ ପାରାଦୀପରୁ ଗିରଫ କଲା କମିଶନରେଟ ପୁଲିସ

54

କନକ ବ୍ୟୁରୋ : ଭୁବନେଶ୍ୱର ତମାଣ୍ଡୋ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ବାପି ପଟ୍ଟନାୟକକୁ ପାରାଦୀପରୁ ଗିରଫ କରିଛି କମିଶନରେଟ ପୁଲିସ । ବାପିକୁ ଗିରଫ କରିବା ସହ ତା ଠାରୁ ଗୋଟିଏ ବନ୍ଧୁକ ଓ ୨ରାଉଣ୍ଡ ଗୁଳି ଜବତ କରିଛି ପୁଲିସ ।

ମାର୍ଚ୍ଚ ୧୫ ତାରିଖରେ ତମାଣ୍ଡୋରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ତମାଣ୍ଡୋ ଗାଁର ଅଭିଜିତ୍ ବେହେରା ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା । ଦୁର୍ବୃତ୍ତମାନେ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଗୁଳିମାଡ କରି ପାଞ୍ଚ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ ।