ଘରକୁ ଫେରିଲା ଚୋରି ଜିନିଷ : ପ୍ରଥମଥର ପାଇଁ ଚୋରି ସାମଗ୍ରୀ ଫେରାଇଲା କମିଶନରେଟ ପୁଲିସ

27

କନକ ବ୍ୟୁରୋ : ହଜି ଯାଇଥିବା ସାମଗ୍ରୀ ମିଳିବା ବହୁତ କଷ୍ଟ । ହୁଏତ, ଆପଣଙ୍କ ଭିତରୁ ଅନେକ, ହଜି ଥିବା ସାମଗ୍ରୀ ଆଉ କେବେ ଫେରି ପାଇନଥିବେ । ସିଏ ବାଇକ୍ ହେଉ ବା ସୁନା ଗହଣା । କିନ୍ତୁ ପ୍ରଥମ ଥର ପାଇଁ କମିଶନରେଟ୍ ପୁଲିସ୍ ଫେରାଉଛି ଚୋରି ହୋଇଥିବା ସାମଗ୍ରୀ । ହଜି ଯାଇଥିବା ସାମଗ୍ରୀକୁ ଖୋଜି ବାହାର କରିବା ସହ ତାକୁ ପ୍ରକୃତ ମାଲିକ ପାଖରେ ପହଂଚାଇବା ଅଭିଯାନ ଆରମ୍ଭ କରିଛି ପୁଲିସ ।

ଭୁବନେଶ୍ୱର ବଢ଼େଇବାଙ୍କର ଭବାନୀ ଶଙ୍କର ଦୀକ୍ଷିତ । ଯିଏ ଆଜି ଫେରି ପାଇଛନ୍ତି, ବର୍ଷକତଳେ ହଜିଯାଇଥିବା ବାଇକ୍ । ଯେଉଁ ବାଇକଟି ଭବାନୀଙ୍କ ତାଙ୍କ ମା’ ଉପହାର ଆକାରରେ ଦେଇଥିଲେ । ମା’ ଆରପାରିକୁ ଚାଲିଥିବା ପରେ ସନ୍ତକ ଭାବରେ ବାଇକଟିକୁ ରଖିଥିଲେ ଭବାନୀ । ହେଲେ ହଠାତ୍ ଦିନେ ତାଙ୍କ ବାଇକ୍ ଚୋରି ହୋଇଗଲା । ସେ ଆଶା ବି କରିନଥିଲେ ହଜି ଯାଇଥିବା ଏହି ଗାଡ଼ିଟି ସେ କେବେ ଫେରି ପାଇବେ । ହେଲେ ପୁଲିସ, ଆଜି ଭବାନୀଙ୍କୁ ଫେରାଇଛି ତାଙ୍କ ଚୋରି ହୋଇଥିବା ବାଇକ୍ । ପୁଲିସ ହାତରୁ ଚୋରୀ ହୋଇଯାଇଥିବା ଗାଡି ଫେରିପାଇ ବେଶ ଖୁସି ଅଛନ୍ତି ଭବାନୀ ।

କେବଳ ଭବାନୀ ନୁହଁନ୍ତି ତାଙ୍କ ଭଳି ମୋଟ ୪୩ ଜଣଙ୍କ ଚୋରୀ ହୋଇଥିବା ଗାଡି, ହସ୍ତାନ୍ତର ମେଳା ଜରିଆରେ ଫେରାଇଛି କମିଶନରେଟ ପୁଲିସ । ଏଥିସହ ମୋବାଇଲ ଲାପଟପ୍ ଇତ୍ୟାଦି ଫେରି ପାଇଛନ୍ତି ଲୋକେ । ମୋଟ ୪୦୦ରୁ ଅଧିକ ଚୋରି ବାଇକ୍ ଏବଂ ୫୦ରୁ ଅଧିକ ମୋବାଇଲ ଓ ଲାପଟପ ପୁଲିସ ଜବତ କରିଛି । ଚୋରୀ ହୋଇଥିବା ଗାଡିର ଠିକଣା ପାଇଁ ଭୁବନେଶ୍ୱରର ସମସ୍ତ ଥାନା ଅଧିକାରଙ୍କୁ ନିର୍ଦେଶ ଦେଇଥିଲେ ଡିସିପି । ଏକ ସ୍ପେଶାଲ ଡ୍ରାଇଭ ଫଳରେ ଶତାଧିକ ଲୋକେ ତାଙ୍କ ଚୋରୀ ହୋଇଥିବା ସାମଗ୍ରୀ ଫେରି ପାଇଛନ୍ତିା ଆଉ ବାଲିଯାତ୍ରା ପରେ, କଟକରେ ଉଦ୍ଧାର ମଧ୍ୟ, ସାମଗ୍ରୀ ହସ୍ତାନ୍ତର ମେଳାର ଆୟୋଜନ ହେବ ।

ରାଜ୍ୟରେ ପ୍ରଥମ ଥର ପାଇଁ ଲୋକଙ୍କ ପାଖରେ ଚୋରୀ ଜିନିଷ ହଂଚାଇବାରେ ସଫଳ ହୋଇଛି କମିଶନରେଟ ପୁଲିସ ।