ଖିମଜୀରେ ଖତରନାକ୍ ଘଟଣା : ମହିଳା ସହକର୍ମୀଙ୍କ ପିଠିରେ ଛୁରୀ ଭୁସିଲା ଷ୍ଟୋର୍ କିପର୍

28

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁରର ଜଣାଶୁଣା ଗହଣା ଦୋକାନ ଖିମଜୀ ଜୁଏଲର୍ସରେ ଘଟିଛି ଏକ ଅଭାବନୀୟ ଘଟଣା  । ଜଣେ ମହିଳା ସେଲ୍ସ ପର୍ସନଙ୍କୁ ପିଠିରେ ଛୁରୀ ଭୁଷି ଦେଇଛନ୍ତି ଅନ୍ୟ ଜଣେ କର୍ମଚାରୀ ।ସାମାନ୍ୟ ବଚସାରୁ ଏହି ଘଟଣା ଘଟିଥିବା ଜଣାପଡିଛି । ଗୁରୁତୁର ମହିଳା କର୍ମଚାରୀଙ୍କୁ ଏକ ଘରୋଇ ହସ୍ପିିଟାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ ପରେ ଅଭିଯୁକ୍ତ ନିଖିଲ୍ ଜେନା ଫେରାର୍ ହୋଇଯାଇଛି । ପୁଲିସ୍ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛି ।