ରାଜଧାନୀ ସ୍ପୋର୍ଟସ ଏମ୍ପୋରିୟମ ସୋ’ରୁମରେ ଅଗ୍ନିକାଣ୍ଡ ! ନିଆଁ ଲାଗି ପୋଡିଗଲା ପ୍ରାୟ ୬କୋଟି ଟଙ୍କାର କ୍ରୀଡ଼ା ସାମଗ୍ରୀ

34

କନକ ବ୍ୟୁରୋ : ସ୍ପୋର୍ଟସ ଏମ୍ପୋରିୟମରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ୱର ଜୟଦେବ ବିହାର ଛକ ନିକଟରେ ଥିବା ସ୍ପୋର୍ଟସ ଏମ୍ପୋରିୟମରେ ନିଆଁ ଲାଗି ପାଖାପାଖି ୬କୋଟି ଟଙ୍କାର କ୍ରୀଡ଼ା ସମାଗ୍ରୀ ପୋଡ଼ି ଯାଇଛି । ଅଗ୍ନିଶମ ବିଭାଗର ୯ଟି ଦମକଳ ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । କିନ୍ତୁ ସେତେବେଳ ପର୍ଯ୍ୟନ୍ତ ଏମ୍ପୋରିୟମରେ ଥିବା ପାଖାପାଖି ୬କୋଟି ଟଙ୍କାର କ୍ରୀଡ଼ା ସମାଗ୍ରୀ ନିଆଁ ଆୟତକୁ ଚାଲିଯାଇଥିଲା ।

ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗତକାଲି ରାତି ପ୍ରାୟ ୧୧ଟାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ୪ମହଲା ବିଲଡିଂର ଦ୍ୱିତୀୟ ମହଲାରେ ଥିବା ଗୋଦାମରେ ପ୍ରଥମେ ନିଆଁ ଲାଗିଥିଲା । ପରେ ପରେ ଖୁବ୍ କମ୍ ସମୟ ମଧ୍ୟରେ ଏହା ବିଲଡିଂର ସବୁ ମହଲାକୁ ବ୍ୟାପି ଯାଇଥିଲା । ନିଆଁ ଲିଭାଇବା ପାଇଁ ୩ଟି ୟୁନିଟରୁ ୯ଟି ଦମକଳ ଆସି ପହଂଚିଥିଲା । ପ୍ରାୟ ୭୦ଜଣ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ କରିଥିଲେ  ।