ଭୁବନେଶ୍ୱର : କାର୍ ଭିତରୁ ୩୦ ଲକ୍ଷ ଟଙ୍କା ଜବତ, ୨ଅଟକ

46

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିପୁଳ ଟଙ୍କାର କଳାଧନ ଠାବ । ଭୁବନେଶ୍ୱର ସହିଦ ନଗର ଅଂଚଳରୁ ଏକ କାର ଭିତରୁ ଟଙ୍କା ଠାବ କରିଛି ପୁଲିସ୍ । ୩୦ ଲକ୍ଷ ଟଙ୍କା ଠାବ ହୋଇଥିବା ସୂଚନା ମିଳିଛି । ହଜାରେ ଟଙ୍କିଆ ନୋଟ ବିଡା ଥିବା ପ୍ରାୟ ୨୭ ଲକ୍ଷ ଟଙ୍କା ଓ ନୂଆ ୨ ହଜାର ଟଙ୍କିଆ ନୋଟ୍ ଥିବା ଏକ ବିଡା ଜବତ ହୋଇଛି । ସ୍ଥାନୀୟ ସ୍ପର୍ଶ ହସ୍ପିଟାଲ ପଛପଟ ରାସ୍ତା ନିକଟରୁ ଏହି ଟଙ୍କା ଠାବ କରିଛି ସହିନ ନଗର ପୁଲିସ୍ । ଏହି ଘଟଣାରେ ୨ ଅଟକ ଥିବା ସୂଚନା ମିଳିଛି । ତେବେ ଅଟକ ଥିବା ଦୁଇ ଜଣ ସତ୍ୟବାଦୀ ଅଂଚଳର ବୋଲି ଜଣା ପଡିଛି  ।