ଭୁବନେଶ୍ୱରକୁ ସ୍ମାର୍ଟ ସିଟି ପ୍ରସଙ୍ଗ : ମତ ରଖିଲେ ଦିଲ୍ଲୀ ପବ୍ଲିକ୍ ଇଂଟରେଷ୍ଟ ସାଇନ୍ସ ଫାଉଣ୍ଡେସନର କର୍ମକର୍ତା

33

କନକ ବ୍ୟୁରୋ : ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ପୂର୍ବରୁ ଏହା ଚାରିପାଖରେ ଥିବା ୬ଟି ପ୍ରାକୃତିକ ନଦୀର ସଂରକ୍ଷଣ ଆବଶ୍ୟକ । ଏଭଳି ମତ ଦେଇଛନ୍ତି ବିଶେଷଜ୍ଞ । ଦିଲ୍ଳୀ ଜଳ ବୋର୍ଡ ଢ଼ାଂଚାରେ ଏହା କରାଯାଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।

କୁଆଖାଇ, ଦୟା, ଭାର୍ଗବୀ, କୁଶଭଦ୍ରା, ପ୍ରାଚୀ, ଗଙ୍ଗୁଆ ଓ ବୁଡୁନଈ ଭଳି ନଦୀର ସଂରକ୍ଷଣ ଆବଶ୍ୟକ । ଭୁବନେଶ୍ୱରକୁ ସ୍ମାର୍ଟ କରାଯିବା ପାଇଁ ଏହା ଜରୁରୀ ବୋଲି କହିଛନ୍ତି ଦିଲ୍ଲୀସ୍ଥିତ ପବ୍ଲିକ୍ ଇଂଟରେଷ୍ଟ ସାଇନ୍ସ ଫାଉଣ୍ଡେସନର କର୍ମକର୍ତା । ଏଥିପାଇଁ ସରକାର ଯତ୍ନ ନେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।