ମୋଦିଙ୍କ ପାଇଁ ଭୁବନେଶ୍ୱରରେ କଡା ସୁରକ୍ଷା ! ଦାୟିତ୍ୱରେ ଆଇଜି ପାହ୍ୟାର ୪ ଅଧିକାରୀ

26

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କଡା କଡା କରାଯିବ ସୁରକ୍ଷା ବ୍ୟବସ୍ଥା । ୧୦୦ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । ଆଇଜି ପାହ୍ୟାର ୪ଜଣ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ । ସୁରକ୍ଷା ବ୍ୟବସ୍ଥାକୁ ୫ଟି ସେକ୍ଟରରେ ଭାଗ କରାଯାଇଛି । ୨କମ୍ପାନୀ ସିଆରପିଏଫ ସହ, ୪୧ଜଣ ଡେପୁଟୀ ଡିସିପି, ୧୫ଜଣ ଏସପି, ୫୨ଜଣ ଆଡିସନାଲ ଏସପି ଓ ୫ୟୁନିଟ ଏସଓଜି ସୁରକ୍ଷା ଦାୟିତ୍ୱରେ ରହିବେ । ଏନେଇ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ କେବି ସିଂହ ।

୧୫ତାରିଖ ଅପରାହ୍ନ ୩ଟା ୩୦ରେ ଭୁବନେଶ୍ୱରରେ ପହଂଚିବେ ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରୁ ବାହାରି ରାଜଭବନ ଯିବେ ମୋଦି । ଏହାପରେ ଜନତା ମଇଦାନରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେବେ । ୧୬ତାରିଖ ଦିନ ଲିଙ୍ଗରାଜଙ୍କ ଦର୍ଶନ ପରେ ଜନତା ମଇଦାନକୁ ଯିବେ ମୋଦି । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରେ ଗଭର୍ଣ୍ଣର ହାଉସକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଭୁବନେଶ୍ୱରରୁ ମୋଦି ଗୁଜରାଟ ଯିବାର କାର୍ଯ୍ୟକ୍ରମ ରହିଛି ।