ଭୁବନେଶ୍ୱର : ଶାଶୁ ବୋହୂଙ୍କ ଠେଲାପେଲା । ଯୌତୁକ ବିରୋଧରେ ସ୍ୱର ଉଠାଇଲା ଏୟାରହଷ୍ଟେସ ବୋହୂ

36

କନକ ବ୍ୟୁରୋ : କ୍ୟାମେରାରେ ଶାଶୁ ବୋହୂଙ୍କ ଠେଲାପେଲା । ଯୌତୁକ ବିରୋଧରେ ସ୍ୱର ଉଠାଇ ଶାଶୁଘରେ ପଶି କଳି କରିଛନ୍ତି ଏୟାରହଷ୍ଟେସ ବୋହୂ । ଏଭଳି ଘଟଣା ଘଟିଛି ପୁରୁଣା ଭୁବନେଶ୍ୱରରେ । ନ୍ୟାୟ ପାଇଁ ଶାଶୁଘରେ ଲଢେଇ କରୁଛନ୍ତି ରଞ୍ଜିତା ସାମନ୍ତରାୟ । ଆଶର୍ବାଦ ମହାନ୍ତିଙ୍କ ପ୍ରେମରେ ପଡିଥିଲେ ଏୟାରହୋଷ୍ଟେଜ୍ ଛାତ୍ରୀ ରଞ୍ଜିତା ସାମନ୍ତରାୟ । କିଛି ଦିନର ପ୍ରେମ ପରେ, ଉଭୟ ବିବାହ କରିଥିଲେ । ହେଲେ ବିବାହର ମାତ୍ର ୨ ଦିନ ପରେ

ଯୌତୁକ ପାଇଁ ଶାଶୁ ଘରୁ ବିଦା କରିଦେଇଥିବା ଅଭିଯୋଗ କରିଛନ୍ତି ରଞ୍ଜିତା । ଯୌତୁକରେ କାର୍ ଆଣି ପାରିଲିନି ବୋଲି ଶାଶୁଘର ଲୋକ ଘରୁ ବାହାର କରିଦେଲେ ବୋଲି ସେ କହିଛନ୍ତି । ଏନେଇ ଅଭିଯୋଗ କଲେ ପୁଲିସ ଶୁଣୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ରଞ୍ଜିତା ଆଣିଥିବା ଅଭିଯୋଗ ସଂପୁଣ୍ଣର୍୍ ଭିତିହିନ ବୋଲି କହିଛନ୍ତି ତାଙ୍କ ଶାଶୁ ଘର ଲୋକେ ।