ଭୁବନେଶ୍ୱରର ରୁଚିକା ସାମାଜିକ ସଂଗଠନରୁ ୧୧ଜଣ ପିଲା ନିଖୋଜ ଘଟଣା ! ରିପୋର୍ଟ ଦେବାକୁ ସିଡବ୍ଲୁସିର ନିର୍ଦ୍ଦେଶ

20

କନକ ବ୍ୟୁରୋ : ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରୁ ୧୧ଜଣ ପିଲା ନିଖୋଜ ଘଟଣାରେ ସିଡବ୍ଲୁସିର ରିପୋର୍ଟ ତଲବ । ରୁଚିକା ସୋସିଆଲ ସର୍ଭିସ ସଂସ୍ଥାକୁ ଏନେଇ ରିପୋର୍ଟ ମାଗିଛି ସିଡବ୍ଲୁସି ଏବଂ ଦୁଇ ଦିନ ଭିତରେ ରିପୋର୍ଟ ଦେବା ପାଇଁ ଦେଇଛି ନିର୍ଦ୍ଦେଶ । କେଉଁ ପରିସ୍ଥିତିରେ ଓ କିପରି ପିଲାମାନେ ଫେରାର ହେଲେ ସେ ନେଇ ରିପୋର୍ଟ ଦେବାକୁ ରୁଚିକାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଧୁଆ ଘରର ସ୍କାଏଲାଇଟ ଭାଙ୍ଗି ଏହି ପିଲା ଚମ୍ପଟ ମାରିଛନ୍ତି । ଘଟଣା ୧ ତାରିଖ ରାତିରେ ଘଟିଛି ।

୧୨ଜଣ ପିଲା ଫେରାର ହୋଇଯାଇଥିବାବେଳେ ଜଣକୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି । ଏ ନେଇ ଲିଖିତ ଅଭିଯୋଗ ହେବା ପରେ ଲିଙ୍ଗରାଜ ପୋଲିସ ଥାନା ଖୋଳତାଡ ଆରମ୍ଭ କରିଛି । ପୋଲିସ ଖୋର୍ଧା, ଜଟଣୀ, କଟକ ଓ ଜଗତପୁରର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଏ ଯାଏଁ ପିଲାଙ୍କର ଖୋଜଖବର ମିଳିନାହିଁ ।