ରାଜଧାନୀ ରାଜରାସ୍ତାରେ ପଥ ଉତ୍ସବର ମସ୍ତିର ମାହୋଲ : ସାଇକେଲ ଚାଳନା ଠାରୁ ସ୍କେଟିଂ ଭଳି ଖେଳ ପ୍ରଦର୍ଶନ

31

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ପଥ ଉତ୍ସବର ଧୂମ୍ । ରାମ ମନ୍ଦିର ଛକରୁ ଆରମ୍ଭ କରି ମାଷ୍ଟରକ୍ୟାଂଟିନ୍ ଛକ ଯାଏ ଦେଖିବାକୁ ମିଳିଛି ମସ୍ତିର ମାହୋଲ । ସାଇକେଲ ଚାଳନାଠାରୁ ଆରମ୍ଭ କରି ସ୍କେଟିଂ ଭଳି ଖେଳ ପ୍ରଦର୍ଶନ କରିଛନ୍ତି ରାଜଧାନୀବାସୀ ।

ରବିବାର ଛୁଟି ଦିନ ହୋଇଥିବାରୁ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ତଥା ବିଭିନ୍ନ ବର୍ଗର ଲୋକେ ଛୁଟି ଆସିଛନ୍ତି ପଥ ଉତ୍ସବର ମଜା ନେବାକୁ । ଏହା ସହ ଆଜି ପଥଉତ୍ସବରେ ପାଳିତ ହୋଇଛି ଭିଜିଲାନ୍ସର ହୀରକ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ତେବେ ପଥ ଉତ୍ସବରେ କିଭଳି ରହିଛି ମାହୋଲ ଦେଖନ୍ତୁ ଏହି ଭିଡିଓ –