ଭୁବନେଶ୍ୱରରେ ଜମିଛି ମସ୍ତି । ସକାଳୁ ସକାଳୁ ପଥ ଉତ୍ସବର ମଜା ଉଠାଉଛନ୍ତି ଲୋକ

ଆଜି ସକାଳୁ ସକାଳୁ ଭୁବନେଶ୍ୱର ଜନପଥରେ ଜମିଛି ମସ୍ତି

123

କନକ ବ୍ୟୁରୋ : ଆଜି ସକାଳୁ ସକାଳୁ ଭୁବନେଶ୍ୱର ଜନପଥରେ ଜମିଛି ମସ୍ତି । ଆରମ୍ଭ ହୋଇଛି ପଥ ଉତ୍ସବ । ମାଷ୍ଟରକ୍ୟାଂଟିନ ଛକରୁ ରାମମନ୍ଦିର ଛକରେ ନନଷ୍ଟପ ମନୋରଞ୍ଜନ ଚାଲିଛି । ହକି ବିଶ୍ୱକପ ଥିମରେ ପଥ ଉତ୍ସବ ସଜାଯାଇଛି । ଜନପଥ ରାସ୍ତାରେ ହକି ବିଶ୍ୱକପ ଟ୍ରଫିର ରଙ୍ଗୋଲୀ ସହ ମଝିରେ ମଝିରେ ମାଇଁ ହାର୍ଟ ବିଟ ଫର ହକି ଲୋଗୋ ଥିବା ସ୍ତମ୍ଭ କରାଯାଇଛିା ପଥ ଉତ୍ସବର ମୁଖ୍ୟ ଆକର୍ଷଣ ପାଲିଟିଛି ନାଚ, ଗୀତ କଳା ଓ ଖାଦ୍ୟ । ତେବେ ଆଜି ରବିବାର ହୋଇଥିବା କାରଣରୁ ପ୍ରବଳ ଲୋକଙ୍କ ସମାଗମ ହୋଇଛି । ଲୋକମାନେ ରାସ୍ତା ଉପରେ ହିଁ ନାଚ ଗୀତର ଆସର ମେଲାଇଛନ୍ତି ।

 

କେବଳ ନାଚଗୀତ ନୁହେଁ ବରଂ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଲୋକ ଏପରି ମନୋରଜଂନ ଭିତ୍ତୀକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଉଛନ୍ତି । କେହି କେହି ଶୀତୁଆ ସକାଳରେ ଏକ୍ସରସାଇଜ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । କିଛି ଦିନ ବ୍ୟବଧାନରେ ରାଜଧାନୀର ରାଜରାସ୍ତାରେ ପୁଣି ଥରେ ଆରମ୍ଭ ହୋଇଛି ପଥ ଉତ୍ସବ। ତେଣୁ ଏପରି କାର୍ଯ୍ୟକ୍ରମରେ ଲୋକମାନେ ନିଜକୁ ସାମିଲ କରିବା ପାଇଁ କୌଣସି ସୁଯୋଗକୁ ହାତଛଡା କରୁନଥିବା ଦେଖିବାକୁ ମିଳିଛି ।