ଆମ ସହର ଆମ ରାସ୍ତାର ବାର୍ତା ନେଇ ପଥଉତ୍ସବ : ରାଜଧାନୀର ଜନପଥରେ ସାଂସ୍କୃତିକ କାର୍ଯ୍ୟକ୍ରମ

21

କନକ ବ୍ୟୁରୋ : ନାଁ ବଦଳିବା ପରେ ଆଜି ତୃତୀୟ ଥର ପାଇଁ ସାପ୍ତାହିକ କାର୍ଯ୍ୟକ୍ରମ ପଥୋତ୍ସବ ଆୟୋଜିତ ହୋଇଛି । ଭୁବନେଶ୍ୱରର ଜନପଥ ରାସ୍ତାରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପଥୋତ୍ସବ- ଆମ ସହର, ଆମ ରାସ୍ତା, ନାମରେ ହେଉଥିବା ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଛିି । ଏହି କାର୍ଯ୍ୟକ୍ରମ ଜରିଆରେ ପଥଚାରୀଙ୍କୁ ସଚେତନ କରିବା ସହ ଯାନବାହନ ଚଳାଚଳ ସମୟରେ ଟ୍ରାଫିକ୍ ନିୟମ ପାଳନ କରିବା ନେଇ ଲୋକଙ୍କୁ ସତର୍କ କରାଯାଉଛି ।

ସେହିପରି ଗୀତ-ନାଚ ମାଧ୍ୟରେ ଜାଗରଣ ସୃଷ୍ଟି କରିବାର ପ୍ରସୟା ହେଉଛି । ରାହାଗିରି ନାଁରେ ହେଉଥିବା ଏହି କାର୍ଯ୍ୟକ୍ରମର ନାଁକୁ ପରିବର୍ତନ କରାଯାଇ ଏବେ ପଥୋତ୍ସବ ନାଁରେ ପାଳନ କରାଯାଉଛି ।