ବିଷ ପିଇଲି ମୁଁ ପୁଲିସ୍ ପାଇଁ ! ହାତ କାଟି ନର୍ସିଂ ଛାତ୍ରୀ ଲେଖିଲେ ପୁଲିସ୍ ନିଷ୍କ୍ରିୟତାର କାହାଣୀ

42

କନକ ବ୍ୟୁରୋ : ରୋଡ୍ ରୋମିଓଙ୍କ ଉତ୍ପାତରେ ଅତିଷ୍ଠ ଜଣେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏକତରଫା ପ୍ରେମ ନିବେଦନ କରି ଯୁବତୀଙ୍କୁ ଏସିଡ୍ ମାଡ କରିବାକୁ ଉଦ୍ୟମ କରିଛି ପ୍ରେମିକ । ବିବାହ କରିବାକୁ ଜିଦ୍ ଧରି ଆକ୍ରମଣ ବି କରିଛି । ଆଉ ସେପଟେ ଯୁବତୀଙ୍କ ଅଭିଯୋଗକୁ ଶୁଣିଲାନି ପୁଲିସ । ଶେଷରେ ଏସିଡ୍ ମାଡ ଖାଇ ମରିବା ଅପେକ୍ଷା ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତି ନେଇଥିଲେ ଯୁବତୀ ।

ଜଣେ ନର୍ସିଂ ଛାତ୍ରୀ ହାତକାଟି ଏଭଳି ଲେଖି ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର, ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ରବି ନାମକ ଜଣେ ଯୁବକ କିଭଳି ଛାତ୍ରୀଙ୍କ ଉପରକୁ ଏସିଡ ମାଡ କରିବାକୁ ଉଦ୍ୟମ କରିଥିଲା । ଘର ଆଗରେ ପଂହଚି ପୁରା ପରିବାରକୁ ଅଶ୍ରାବ୍ୟ ଭଷାରେ ଗାଳି କରି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ।

ବିବାହ କରିବାକୁ ଜିଦ ଧରିଥିଲା, ରାସ୍ତା ଘାଟରେ ମାଡ ମାରିଥିଲା । ବିବାହ ନକଲେ, ଜୀବନରୁ ମାରିଦେବାକୁ ନାଲିଆଖି । ଅସମାଜିକ ରବି ହାତରୁ ମରିବା ଅପେକ୍ଷା ନିଜେ ଜୀବନ ହାରିବା ଭଲ । ନ୍ୟାୟ ପାଇଁ ପୁଲିସ୍ ପାଖରେ ଶରଣ ପଶିଲେ ବି ସେମାନେ ଚୁପ୍ ରହିଥିଲେ । ଶେଷରେ ଛାତ୍ରୀ ଜଣକ ନେଇଥିଲେ ଚରମ ନିଷ୍ପତି, ବଂଚିବା ଅପେକ୍ଷା ମରିଯିବା ଭଲ ।

କେବଳ ସେତିକି ନୁହେଁ ଥାନାରେ ଅଭିଯୋଗ କରିବାରୁ ଛାତ୍ରୀଙ୍କ ଉପରେ ହୋଇଥିଲା ଆକ୍ରମଣ । ଗାଡିକୁ ଭାଙ୍ଗି ଦିଆଯାଇଥିଲା । ପୁଲିସ ଏତଲା ଗ୍ରହଣ କରୁନଥିଲା । ଏକ ତରଫା ପ୍ରେମରୁ ଛାତ୍ରୀଙ୍କୁ ବହୁବାର ମରଣାନ୍ତକ ଆକ୍ରମଣ ହୋଇଥିବା ପରିବାର ଲୋକେ କହିଛନ୍ତି । ଏପଟେ ଖବଶୀଘ୍ର ରବିକୁ ଗିରଫ କରାଯିବ ବୋଲି ପୁଲିସ କହିଛି ।

ଚୋର ଗଲା ପରେ, ବୁଦ୍ଧି ପସିଲା ଭଳି, ଫେରାର ରବିକୁ ଖୋଜୁଛି ପୁଲିସ । ଦେଖିବାର କଥା ହେଉଛି, ରବି ବିରୋଧରେ ପୁଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ।