ରାଜଧାନୀରେ ଚାଞ୍ଚଲ୍ୟ: ନୟାପଲ୍ଲୀ ଆଇଆରସି ଭିଲେଜ ସ୍କୁଲ ପଛପଟୁ ମିଳିଲା ଯୁବକଙ୍କ ମୃତଦେହ,ହତ୍ୟା ସନ୍ଦେହ

23

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଯୁବକଙ୍କ ମର୍ଡର ହୋଇଥିବା ସୂଚନା ମିଳିଛି । ତେବେ ଘଟଣାଟି ନୟାପଲ୍ଲୀ ଅଞ୍ଚଳରରରେ ହୋଇଥିବା ଜଣାପଡିଛି । ତେବେ ମୃତ ଦେହ ଆଇଆରସି ଭିଲେଜ ହାଇସ୍କୁଲ ପଡିଆରେ ପଛରେ ପଡିରହିଥିବା ସୂଚନା ମିଳିଛି । ଖବର ପାଇବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ବର୍ତ୍ତମାନ ସମୟରେ ହତ୍ୟାକାଣ୍ଡ କେଉଁମାନେ କରିଛନ୍ତି ବା ଏହା କେଉଁଠାରେ ହୋଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ପୋଲିସ ପାଇ ପାରିନାହିଁ ।

 

ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ ପରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ପୋଷ୍ଟମୋଟମ ପାଇଂ ମେଡିକାଲକୁ ନେବ ବୋଲି ଜଣାପଡିଛି । ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଅନେକ ଥର ରାଜଧାନୀରେ ହତ୍ୟା କାଣ୍ଡ ହୋଇଛି । ତେଣୁ ବର୍ତ୍ତମାନ ସମୟରେ ସାଧାରଣ ଲୋକମାନେ ନିଜକୁ ଆଉ ସୁରକ୍ଷିତ ମନେ କରୁନାହାନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି କେଉଂ ପରିସ୍ଥିତିରେ ଓ କିଏ ମର୍ଡର କରିଛି ତାହାର ତଦନ୍ତ କରାଯିବା ବୋଲି ପୋଲିସ ସୂଚନା ଦେଇଛି ।