ଚଳିବ ନାହିଁ ଟ୍ରିପଲ୍ ତଲାକ୍ ! ମୁସଲମାନ୍ ମହିଳାଙ୍କୁ ନ୍ୟାୟ ଦେବା ନେଇ ମନ୍ତବ୍ୟ ରଖିଲେ ମୋଦି

48

କନକ ବ୍ୟୁରୋ : ତିନି ତଲାକ୍ ପ୍ରସଙ୍ଗକୁ ଦେଶବ୍ୟାପୀ ବିତର୍କ ଚାଲିଥିବା ବେଳେ ଆଜି ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁସଲିମ୍ ସଂପ୍ରଦାୟର ମହିଳାଙ୍କୁ ନ୍ୟାୟ ଦେବା ସପକ୍ଷରେ ମନ୍ତବ୍ୟ ରଖିବା ସହ ଅନ୍ୟାୟ ହେବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାର୍ଯ୍ୟକାରିଣୀ ବୈଠକ ପରେ ବିଜେପି ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିନଳୀରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି, ତିନି ତଲାକ୍ ପ୍ରସଙ୍ଗରେ ମୋଦିଙ୍କ ଅବିଭାଷଣ ନେଇ ସୂଚନା ଦେଇଥିଲେ ।

ସେପଟେ ଆଜି ମୁସଲିମ୍ ପର୍ସନାଲ ଲ’ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, କୌଣସି ନିର୍ଦ୍ଦିଷ୍ଟ ବୈଧ କାରଣ ନଥାଇ ତିନି ତଲାକ୍ ଦେବା ଆଦୌ ଗ୍ରହଣୀୟ ନୁହେଁ । ସେପଟେ ତିନି ତଲାକର ସାମ୍ବିଧାନିକ ବୈଧ୍ୟତା ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ଯେଉଁଥିରେ କେନ୍ଦ୍ର ସରକାର ଏବଂ କିଛି ବେସରକାରୀ ସଂଗଠନ ଏହି ମାମଲା ବିରୋଧରେ ଆବେଦନ କରିଛନ୍ତି । ଟ୍ରିପଲ ତଲାକ ନେଇ ଏହି ବିବାଦୀୟ ମାମଲା ଉପରେ ଭୁବନେଶ୍ୱର କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କ ବୟାନ ବେଶ୍ ମହତ୍ୱ ରଖୁଛି ।