ରାଜଧାନୀରେ ଯୁବତୀଙ୍କୁ ଅସଦାଚରଣ ଘଟଣା ! ଅଭିଯୁକ୍ତ କହିଲେ କମେଂଟ୍ ପଛର କାହାଣୀ

72

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣାରେ କେତେ ସତ କେତେ ମିଛ ଆସିଛି ସାମ୍ନାକୁ । କନକ ନ୍ୟୁଜ୍ କ୍ୟାମେରା ଆଗରେ ଅଭିଯୁକ୍ତ କହିଛନ୍ତି କମେଂଟମରା ପଛର କାହାଣୀ । ଅଭିଯୁକ୍ତ କମେଂଟ ମାରିଥିବା ସହ ଅଶ୍ଳୀଳ ଭାଷାରେ ଗାଳି କରିଥିବା ସ୍ୱୀକାର କରିଛନ୍ତି ।

ଏହା ସହ ଯୁବତୀ ମାନଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତ । କହିଛନ୍ତି ଯୁବତୀମାନେ ସେମାନଙ୍କ ଗାଡି ଚାବି ଛଡାଇନେବା ସହ କେସ୍ କରିବାର ଧମକ ଦେଇଥିଲେ । ଏପରିକି ନିଜ ପୁରୁଷବନ୍ଧୁଙ୍କ ସହ ମାଡ ମାରିବାକୁ ଉଦ୍ୟତ ହୋଇଥିଲେ  ।

ଝିଅ ମାନେ ଯଦି ଭଦ୍ର ହୋଇଥାନ୍ତେ ତେବେ ଆମେ କମେଂଟ୍ କରି ନଥାନ୍ତୁ ବୋଲି କହିଛନ୍ତି ଅଭିଯୁକ୍ତମାନେ । କାରଣ ରାସ୍ତାରେ ଯିବା ବେଳେ ଯୁବତୀମାନଙ୍କ ବ୍ୟବହାର ଠିକ୍ ନଥିଲା । ଯାହାକୁ ନେଇ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଆପତ୍ତି ଉଠାଇଥିଲେ ।

ଏହା ସହ ଦେଖନ୍ତୁ ପୁରୁଷଙ୍କ ପାଇଁ ଲଜ୍ଜା ! ସୋସିଆଲ୍ ମିଡିଆରେ ପୀଡିତାଙ୍କ କାହାଣୀ ଭାଇରାଲ୍