ରାଜଧାନୀର ରାଜାରାସ୍ତାରେ ରକ୍ତର ଛିଟା ! ହେଲମେଟ୍ ପାଇଁ ଅଟକାଇ ଛୁରାମାଡ ଖାଇଲେ ଟ୍ରାଫିକ୍ କନେଷ୍ଟବଳ

24

କନକ ବ୍ୟୁରୋ : ରାଜଧାନୀରେ ଟ୍ରାଫିକ୍ କନେଷ୍ଟବଳଙ୍କୁ ମରଣାନ୍ତକ ଅକ୍ରମଣ । ହେଲମେଟ୍ ଚେକିଂ ବେଳେ ବାଇକ୍ ଚାଳକଙ୍କ ଛୁରା ମାଡ଼ରେ ତିନି ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ଜଣେ କନେଷ୍ଟବଳଙ୍କ ହାତ ଭାଙ୍ଗିଯାଇଛି । ତେବେ କାହିଁକି ହାତାହାତି ହେଲେ ପୁଲିସ୍ ଓ ବାଇକ ଚାଳକ ,ତାକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ଜଣା ପଡ଼ୁନାହିଁ ।

ସମୟ ପ୍ରାୟ ୧୨.୩୦ ମିନିଟରେ ହଠାତ୍ ଦୁଇ ବାଇକ୍ ଚାଳକ ଟ୍ରାଫିକ୍ କନେଷ୍ଟବଳଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଆକ୍ରମଣରେ କନେଷ୍ଟବଳ ରୋହନ ସ୍ୱାଇଁଙ୍କ ବେକ କଟି ଯାଇଥିବା ବେଳେ ଜ୍ଞାନେନ୍ଦ୍ରଙ୍କ ଖଞ୍ଜା ଖସି ଯାଇଛି । ତେବେ ଦୁଇ ଅଭିଯୁକ୍ତ ତନ୍ମୟ ରାଉତ ଓ ଅନୀଲ୍ ରାଉତଙ୍କୁ ଗିରଫ କରିଛି ପୁଲିସ୍ ।

vlcsnap-2017-01-03-20h38m20s330ଏ ଦୁହେଁ ବିନା ହେଲମେଟରେ ଗଭର୍ଣ୍ଣର ହାଉସ୍ ଆଡୁ ରାଜମହଲ ଛକକୁ ଯାଉଥିଲେ । ହେଲେ ଏ.ଜି ଛକରେ ପଡି ଯାଇଥିଲେ ଏମଭି ଚେକିଂରେ ୠାଡି ଅଟଳାଇବାରୁ ହଠାତ୍ ଜଣେ ଯୁବକ ନିଜ ବ୍ୟାଗରୁ ଛୁରା କାଢି ଆକ୍ରମଣ କରିଥିଲା ଟ୍ରାଫିକ୍ କନେଷ୍ଟବଳଙ୍କୁ । ଜଣେ କନେଷ୍ଟବଳଙ୍କ ବେକରେ ଛୁରା ବାଜିବା ପରେ ଆତଙ୍କିତ ହୋଇପଡିଥିଲେ ସମସ୍ତେ । କାବୁ କରିବାକୁ ଯାଇ ପୁଣି ଦୁଇ କନେଷ୍ଟେବଳ ଆହତ ହୋଇଥିଲେ ।

କିଛି ଦିନ ପୂର୍ବରୁ ହେଲମେଟ୍ ପାଇଁ ବାଇକ୍ ଅଟକାଇ ଆଚାର୍ଯ୍ୟ ବିହାରରେ ଟ୍ରାଫିକ୍ କନେଷ୍ଟବଳଙ୍କୁ ଲହୁଲୁହାଣ ହେବାକୁ ପଡିଥିଲା । ଏବେ ପୁଣି ଛୁରାମାଡ ।