କୋଚିରେ ଗଡିଲା, ଓଡିଶାରେ କେବେ ! ମେଟ୍ରୋ ଟ୍ରେନ ଚାଲୁ କରିବା ନେଇ ଉଠିଲା ଦାବି

55

କନକ ବ୍ୟୁରୋ : କେରଳର କୋଚି ଓ ବେଙ୍ଗଲୁରୁରେ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ ହେବା ପରେ ଏବେ ଭୁବନେଶ୍ୱରରେ କାହିଁକି ମେଟ୍ରୋ ସେବା ଆରମ୍ଭ ହେବ ନାହିଁ, ସେ ନେଇ ଆରମ୍ଭ ହୋଇଛି ବିତର୍କ । ମେଟ୍ରୋ ସମେତ ଆଉ କେଉଁ ପ୍ରଯୁକ୍ତିବିଦ୍ୟା ସହାୟତାରେ ଭୁବନେଶ୍ୱରରେ ସାମୂହିକ ଯାତ୍ରୀ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିହେବ ସେ ନେଇ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି ।

ଓଡ଼ିଶା ସରକାର ମେଟ୍ରୋ ପ୍ରକଳ୍ପ ନେଇ ବିଶେଷ ଆଗେଇ ନଥିବାରୁ ଏ ନେଇ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି । ମେଟ୍ରୋ ସେବା ଦ୍ୱାରା ସମୂହ ପରିବହନର ବ୍ୟବସ୍ଥାରେ ଉନ୍ନତି ହେବା ସହ ପ୍ରଦୂଷଣରୁ ମୁକ୍ତି ମିଳିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।