ଦେଶର ଶ୍ରେଷ୍ଠ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା, ବାତ୍ୟାର ସଠିକ ସୂଚନା ଦେଉଥିବାରୁ ମିଳିଲା ସମ୍ମାନ
କନକ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲା ସମ୍ମାନ । ଦେଶର ଶ୍ରେଷ୍ଠ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ପାଣିପାଗର ସଠିକ ଆକଳନ ସହ ବାତ୍ୟା, ବର୍ଷା ଓ ଖରାର ସଠିକ ସୂଚନା ଆଗୁଆ ଦେଉଥିବାରୁ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୁରସ୍କାର ମିଳିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଓଡିଶାର ପାଣିପାଗ ସହ ବିଭିନ୍ନ ସମୟରେ ଓଡିଶା ଉପରକୁ ମାଡି ଆସୁଥିବା ବାତ୍ୟାର ଆଗୁଆ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ମହାବାତ୍ୟା ପରେ ଓଡିଶା ଉପରେ ପ୍ରଭାବ ପକାଇଥିବା ଅନେକ ବାତ୍ୟାର ଗତିବିଧି ଉପରେ ଆଗୁଆ ଆକଳନ କରି ଓଡିଶାବାସୀଙ୍କ ସହ ରାଜ୍ୟ ସରକାରଙ୍କୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ହୁଡୁହୁଡୁ, ଫାଇଲିନ, ଫନି ଓ ବୁଲୁବୁଲ ଭଳି ବାତ୍ୟାର ଆଗୁଆ ଅନୁମାନ କରି ଏହା ରାଜ୍ୟ ଉପରେ କେତେ ପ୍ରଭାବ ପକାଇବ ? କେଉଁ ଦିଗ ଦେଇ ଗତି କରିବ ? ଆଉ ଓଡିଶାର କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ? ଏ ସମସ୍ତ ଦିଗ ଉପରେ ସଠିକ ଆକଳନ କରି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
ଦେଶର ଶ୍ରେଷ୍ଠ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ବର୍ଷା, ବାତ୍ୟା, ଖରାର ସଠିକ୍ ସୂଚନା ଆଗୁଆ ଦେଉଥିବାରୁ ଭାରତୀୟ ପାଣିପାଗ କେନ୍ଦ୍ରର ୧୪୫ତମ ପ୍ରତିଷ୍ଠା ଦିବସରେ ମିଳିଲା ପୁରସ୍କାର । #Bhubaneswar #IMD #Odisha pic.twitter.com/79SyM1Il5Z
— Kanak News (@kanak_news) January 15, 2020
ଖାଲି ବନ୍ୟା, ବାତ୍ୟା ନୁହେଁ ଖରା ଦିନରେ ତାପମାତ୍ରା ଓ ଶୀତ ଦିନେ କୁହୁଡିର ପରିମାଣ ଆଦିକୁ ସଠିକ ଅନ୍ଦାଜ ଲଗାଇ ଲୋକଙ୍କୁ ସଚେତନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଉ ଏଥିପାଇଁ ପାଣିପାଗ କେନ୍ଦ୍ରକୁ ମିଳିଛି ସମ୍ମାନ । ତେବେ ଭାରତୀୟ ପାଣିପାଗ କେନ୍ଦ୍ରର ୧୪୫ତମ ପ୍ରତିଷ୍ଠା ଦିବସରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୁଖ୍ୟ ଏଚ.ଆର ବିଶ୍ୱାସ ।