ଦିଲ୍ଲୀ ଦରବାରରେ ଅନନ୍ତ ହଟାଅ ସ୍ୱର : ବିବାଦୀୟ ସେକ୍ସ ସିଡି ପ୍ରସଙ୍ଗରେ ପ୍ରବାସୀ ଓଡିଆ ଯୁବ ଫୋରମର ବିକ୍ଷୋଭ

130

କନକ ବ୍ୟୁରୋ : ଓଡିଶା ରାଜଧାନୀରୁ ଦେଶର ରାଜଧାନୀ । ଦିଲ୍ଲୀରେ ଶୁଭିଲା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ସ୍ୱର । ଏକାଠି ହେଲେ ପ୍ରବାସୀ ଓଡିଆ । ଓଡିଶା ଭବନ ଆଗରେ କଲେ ବିକ୍ଷୋଭ ପ୍ରବାସୀ ଓଡିଆ ଯୁବ ଫୋରମର ସଦସ୍ୟ ।

ହାତରେ ପ୍ଲାକାର୍ଡ ଧରି ମେୟର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଛନ୍ତି । ମେୟରଙ୍କୁ ଚିଟଫଣ୍ଡ ଦଲାଲ ଓ ଯୌନ କେଳେଙ୍କାରୀ ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି ବିକ୍ଷୋଭକାରୀ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି । ମେୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ବିବାଦୀୟ ସେକ୍ସ ସିଡି ଓ ଋଷି ମୃତ୍ୟୁ ଘଟଣାର କଣ ଲିଙ୍କ ରହିଛି ତାହାକୁ ଖୋଜି ବାହାର କରିବା ପାଇଁ ଜୋରଦାର ଦାବି ଜଣାଇଛନ୍ତି ।