ଅନନ୍ତ ନାରାୟଣ ଜେନାଙ୍କ ବିବାଦୀୟ ସିଡି ପ୍ରସଙ୍ଗ ! ମେୟରଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ
କନକ ବ୍ୟୁରୋ : ମେୟର ଅନନ୍ତ ନାରାୟଣ ଜେନାଙ୍କୁ ନେଇ ବିବାଦୀୟ ସିଡି ପ୍ରସଙ୍ଗ ଥମିବାର ନା ଧରୁନି । କିଛି ଦିନର ନୀରବତା ପରେ ପୁଣି ଥରେ ମେୟରଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ନିଆଖୁଂଟା ଡଟ କମର ସମ୍ପାଦକ ପ୍ରଦୀପ ପାଣ୍ଡେ କରିଥିବା ସାମ୍ବାଦିକ ସମ୍ମିଳନୀର ଦିନକ ପରେ ମେୟରଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ ।
Kanak News is now on WhatsApp
Join and get latest news updates delivered to you via WhatsApp
ତାହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛି ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସର ଶତାଧିକ କର୍ମୀ ବାଣୀବିହାରରୁ ବାଇକ ରାଲିରେ ମାଷ୍ଟରକ୍ୟାଂଟିନ ପର୍ୟ୍ୟନ୍ତ ଆସି ସେଠାରେ ରାସ୍ତାରୋକ କରିଥିଲେ । ମୁଖ୍ୟମନ୍ତ୍ରୀ କାହିଁକି ମେୟରଙ୍କୁ ଘଂଟ ଘୋଡାଉଛନ୍ତି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।