ଚୋର ଫେରାଇଲା ଚୋରି ଜିନିଷ ! ୧୦ ଟଙ୍କିଆ ନୋଟ୍ ପକାଇ ଚୋରି କରିଥିବା ଜିନିଷକୁ ପୁଣି ଫେରାଇଲେ ଦୁବୃର୍ତ୍ତ

34

କନକ ବ୍ୟୁରୋ: ଚୋର ଫେରାଇଲା ଚୋରି ଜିନିଷ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଖାରବେଳ ନଗର ଅଂଚଳରେ । ଫିଲ୍ମ ଷ୍ଟାଇଲରେ ୧୦ ଟଙ୍କିଆ ନୋଟ୍ ପକାଇ ଚୋରି କରିଥିବା ଜିନିଷକୁ ଫେରାଇଲା ଚୋର । ଫେରାଥିବା ଜିନିଷ କଣ ଥିଲା ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଗତସିଂହପୁର ଅଚଂଳର ବିଶିଷ୍ଟ ଶିଳ୍ପପତି ରାଜା ଲେଙ୍କା ଓ ତାଙ୍କ ସ୍ତ୍ରୀଙ୍କ ସହିତ ଘଟିଛି ଏହି ଘଟଣ।। ଉଭୟ ଖାରବେଳ ନଗର ଅଂଚଳରେ ଏକ ଏଟିଏମ କାଂଉଟରକୁ ଟଙ୍କା ପାଇ ଯାଇଥିଲେ । ରାଜା ଲେଙ୍କା ଏଟିଏମକୁ ଯାଇଥିବାବେଳେ କାରରେ ଥିଲେ ତାଙ୍କ ସ୍ତ୍ୀ ।

କିଛି ସମୟ ପରେ ଗାଡି ପାଖକୁ ଆସିଥିଲେ ଦୁର୍ବୃତ ଆଉ ଟଙ୍କା ତଳେ ପଡିଥିବା କହିଥିଲେ । ରାଜାଙ୍କ ସ୍ତ୍ରୀ ତଳେ ପଡିଥିବା ଟଙ୍କା ଉଠାଇବା ପାଇଁ ଯାଇଥିବାବେଳେ ଚୋରମାନେ କାରରେ ଥିବା ଟଙ୍କା ବ୍ୟାଗ ଓ ବନ୍ଧୁକ ଧରି ଚମ୍ପଟ ମାରିଥିଲେ । ଦିନ ଦ୍ୱିପହରେ ଘଟିଥିବା ଏହି ଘଟଣା ପୋଲିସର ବି ନିଦ ହଜାଇଦେଇଥିଲେ । ରାତି ୯ଟା ସମୟରେ ଏକ ନମ୍ବରରୁ କଲ ଆସିଥିଲା । ଆପଣଙ୍କ ଜିନିଷ ଗାଡି ପଛ ସିଟରେ ପଡିଛି । । ଏଥିରେ ଥିଲା ଚୋରିହୋଇଥିବା ବନ୍ଧୁକ । ପୋଲିସ ସହ ଯୋଗରେ ନିଜ ବନ୍ଧୁକ ଫେରିପାଇଥିବାବେଳେ ଟଙ୍କାକୁ ଲୁଟି ନେଇଥିଲେ ଲୁଟେରା ।