ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟରାରୀ ମିଟ’ର ଶେଷ ଦିନ ! ! ଯୁବଗୋଷ୍ଠୀଙ୍କ ଆତ୍ମବିଶ୍ୱାସ ନେଇ ଆଲୋଚନା

23

କନକ ବ୍ୟୁରୋ : ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟରାରୀ ମିଟ’ର ଶେଷ ଦିନର ପ୍ରଥମ ପର୍ଯ୍ୟାୟରେ ଯୁବକ ଓ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କର ଲକ୍ଷ୍ୟ, ଅଭିଳାଷ ଓ ଆତ୍ମବିଶ୍ୱାସ ନେଇ ଆଲୋଚନା କରିଥିଲେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ।

ସେହିଭଳି ରଜତ କାପୁର, ସୁମନ ମୁଖୋପାଧ୍ୟାୟ ଓ ଅନନ୍ତ ମହାପାତ୍ର ନାଟକ ଓ ମଂଚକଳା ଉପରେ ଆଲୋଚନା କରିଥିଲେ । ଅନୁବାଦ ଉପରେ ଆଲୋଚନା କରିଥିଲେ ସୁମନ୍ୟୁ ଶତପଥୀ, ଶଙ୍କରଲାଲ ପୁରୋହିତ, ମୋନାଲିସା ଜେନା ଓ ଅସିତ ମହାନ୍ତି । ଅନ୍ୟ ଏକ ଅଧିବେଶନରେ ଦେବୀ ପ୍ରସନ୍ନ ପଟ୍ଟନାୟକ, ନିବେଦିତା ମହାନ୍ତି, ଦାସ ବେନହୁର ଓ ଗୌରହରି ଦାସ ଓଡ଼ିଆ ଭାଷାର ଡିଜିଟାଲାଇଜେସନ୍ ଉପରେ ଆଲୋଚନା କରିଥିଲେ ।

ଇଂରାଜୀ ଲେଖକ କନିଷ୍କ ଥରୁର୍ ଓ ଓଡ଼ିଆ ଲେଖିକା ପାରମିତା ଶତପଥୀ, ଆଲବର୍ଟ ଫର୍ନସ୍ ଓ ମାଲାୟାଲି ଲେଖକ ବେନ୍ୟାମିନ୍, ଅମିତାଭ ଘୋଷ ପ୍ରମୁଖ ଗଳ୍ପ ଓ ଅନୁବାଦ ଉପରେ ଆଲୋଚନା କରିଥିଲେ । ଶେଷରେ କାର୍ଯ୍ୟକ୍ରମରେ ହାସ୍ୟରସ ଯୋଡ଼ିଥିଲେ ଷ୍ଟାଣ୍ଡ୍ ଅପ୍ କମେଡିଆନ୍ ଅନୁଭବ ପାଲ୍ । ସେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସାମ୍ବାଦିକତା ଷ୍ଟାଇଲକୁ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରିଥିଲେ ।